Spread the love

ମୟୂରଭଞ୍ଜ: ଖଜୁରୀ ଗଛରେ ଚଢ଼ି ପୂଜା କରିବା ହେଲା କାଳ । ୨୦ ଫୁଟ ତଳକୁ ଖସିପଡ଼ି ଯୁବକ ମୃତ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲାଗୁଣ୍ଠି ପଞ୍ଚାୟତରେ ଅଘଟଣ । ମୃତକ ଏମପିଭି ୩୬ ଗାଁର ଜଗଦୀଶ ସାନା । ଗାଁରେ ବାଙ୍ଗୀୟ ସମ୍ପ୍ରଦାୟ ପକ୍ଷରୁ ଚଡକ ପୂଜା ଚାଲିଥିବା ବେଳେ ପୂଜା ପାଇଁ ଏମଭି ୭୨ ଗାଁ ନିକଟରେ ଥିବା ଏକ ଖଜୁରୀ ଗଛରେ ଯୁବକ ଜଣଙ୍କ ଚଢ଼ିଯାଇଥିଲେ । ପରେ ଅସାବଧାନଥା ଯୋଗୁଁ ଗଛରୁ ଖସି ପଡ଼ିଥିଲେ ।

ତେବେ ଗ୍ରାମବାସୀ ଜଗଦୀଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଘଟଣ ପରେ ଚଡକ ପୂଜା ବନ୍ଦ ହୋଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏଇଠି ଆମେ କେବଳ ଏତିକି କହିବୁ ଲୋକେ ଧାର୍ମିୟ ଭାବନା ରଖନ୍ତୁ ପୂଜା କରନ୍ତୁ ହେଲେ ଦୁଃସାହସ ନଦେଖାନ୍ତୁ ।

Leave a Reply

Your email address will not be published. Required fields are marked *