Spread the love

ସମ୍ବଲପୁର: ସମ୍ବଲପୁରରେ ଆଜି ହନୁମାନ ଜୟନ୍ତୀ ଶୋଭାଯାତ୍ରା । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରରେ ଶାନ୍ତି ଶୃଙ୍ଖଳା ପାଇଁ ୫୨ ପ୍ଲାଟୁନ ଫୋର୍ସ ଏବଂ ୧୮୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି । ଶୋଭାଯାତ୍ରା ମାର୍ଗର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯାଇଛି । ଏଥିସହ ଡ୍ରୋନ ମାଧ୍ୟମରେ ମଧ୍ୟ କଡ଼ା ନଜର ରଖାଯିବା । ସହରର ବିଭିନ୍ନ ସ୍ଥାନରେ ଚେକିଂ ବ୍ୟବସ୍ଥାକୁ ଜୋରଦାର କରିଛି ପୋଲିସ ।

ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବାକୁ ପୋଲିସ ଏବଂ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ଆଲୋଚନା ସରିଛି । ଲୋକଙ୍କୁ ଶୋଭାଯାତ୍ରାରେ ଉତ୍ସାହର ସହ ସାମିଲ ହେବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି । କୌଣସି ଅଘଟଣ ଯେପରି ନଘଟେ ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଅତିରିକ୍ତ ସୁରକ୍ଷା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CRPF) ର ସହାୟତା ମଧ୍ୟ ନିଆଯାଇଛି ।

Leave a Reply

Your email address will not be published. Required fields are marked *