Spread the love

ସମ୍ବଲପୁର: କାଲି ହନୁମାନ ଜୟନ୍ତୀ ପାଇଁ ପୋଲିସ ଛାଉଣୀରେ ସମ୍ବଲପୁର । ଶାନ୍ତିଭଙ୍ଗ ଆଶଙ୍କାରେ ସହରର ବିଭିନ୍ନ ଥାନା ପକ୍ଷରୁ ୧୦୭ ଧାରାରେ ଏକାଧିକ ଲୋକଙ୍କୁ ନୋଟିସ୍ ଜାରି କରାଯାଇଛି । ସୁରକ୍ଷା ପାଇଁ ୪୭ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ରହିବେ । ହନୁମାନ ଜୟନ୍ତୀ ଅବସରରେ ପ୍ରାୟ ୫୦ ହଜାର ଲୋକଙ୍କ ସମାଗମ ହେବ । ସୁରକ୍ଷାରେ ବିଏସ୍ଏଫ୍, ସିଆରପିଏଫ୍, ରାପିଡ଼ ଆକ୍ସନ ଫୋର୍ ଓ ରାଜ୍ୟ ସଶସ୍ତ୍ର ବାହିନୀ ରହିବେ ।

ଆଇଜି ହିମାଂଶୁ ଲାଲ, ଏସ୍ ପି ମୁକେଶ ଭାମୁଙ୍କ ସହିତ ଅତିରିକ୍ତ ଏସ୍ ପି, ଏସଡିପିଓ, ଡିଏସପି, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟରଙ୍କ ନେତୃତ୍ବରେ ସମୁଦାୟ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ମୋତିଝରଣ, ସୁନାପାଲି, ଜିଲ୍ଲାସ୍କୁଲ, ଧନକଉଡ଼ା, ଉଡ଼ା, ଭୂତାପଡ଼ା, କୁମ୍ଭାରପଡ଼ା, ପୀରବାବା ଦଲେଇପଡ଼ା, ସାକ୍ଷୀପଡ଼ା, ମୋତିଝରଣ ସମେତ ଅତି ସମ୍ବେଦନଶୀଳ ଅଞ୍ଚଳରେ ଗୋଟିଏ କମ୍ପାନି ଓ ୨୨ ସମ୍ବେଦନଶୀଳ ଅଞ୍ଚଳରେ ଗୋଟିଏ ପ୍ଲାଟୁନ ଫୋର୍ସ ନଜର ରଖିବେ। ଯେଉଁ ମାର୍ଗ ଦେଇ ରାଲି ଯିବ ସେହି ଅଞ୍ଚଳର ସୁରକ୍ଷାକୁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି । ୧୦ ଡ୍ରୋନ୍ କ୍ୟାମେରା, ୧୬୦ ସିସିଟିଭି କ୍ୟାମେରା, ୧୨ଟି ସିସିଟିଭି ଥିବା ଅତ୍ୟାଧୁନିକ ନିରୀକ୍ଷଣ ବାହନ ମୁତୟନ ରହିଛନ୍ତି। କିଛି ଦିନ ହେଲା ସହରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି।

Leave a Reply

Your email address will not be published. Required fields are marked *