Spread the love

ନୂଆଦିଲ୍ଲୀ:ଆମେରିକାର କାଲିଫର୍ଣ୍ଣିଆରେ ଜଣେ ଭାରତୀୟ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା । ହରିୟାଣା କରନାଲ ବାସିନ୍ଦା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭାନୁ ରାଣାକୁ ହତ୍ୟା। ଭାନୁକୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ହତ୍ୟା କରିଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛି। ଅବଶ୍ୟ ପୋଷ୍ଟର ସତ୍ୟତା ଜଣାପଡ଼ିନାହିଁ। ଭାନୁ ରାଣା ୨୦୨୫ରେ ଆମେରିକାରେ ଧରାପଡ଼ିଥିଲା। ତାକୁ ଭାରତକୁ ପ୍ରତ୍ୟର୍ପଣ ନେଇ ପ୍ରକ୍ରିୟା ମଧ୍ୟ ଚାଲିଥିଲା। ତା’ ଉପରେ ହତ୍ୟା, ବଟି ଆଦାୟ ଏବଂ ଆମ୍ସ ଆକ୍ଟରେ ଅନେକ ମାମଲା ରହିଛି।
ତେବେ ହତ୍ୟା ନେଇ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଏକ ପୋଷ୍ଟରେ କୁହାଯାଇଛି, ରାଣାକୁ ସରପଞ୍ଚ ୟୁରୋପ, ସାହିଲ ଦୁହାନ ଏବଂ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ଦ୍ବାରା ହତ୍ୟାକରାଯାଇଛି। ଏହା ସହ ଲରେନ୍ସ ଗ୍ୟାଙ୍ଗ ସ୍ପଷ୍ଟ କରିଛି ଯେ, ଯିଏବି ଦେଶ ବିରୋଧରେ ଯିବ ତାକୁ ହତ୍ୟା କରାଯିବ। ଆହୁରି ମଧ୍ୟ ରୋହିତ ଗୋଦାରାକୁ ମଧ୍ୟ ଧମକ ଦିଆଯାଇଥିଲା। ପୋଷ୍ଟରେ ଗୋଲ୍ଡି ଢିଲ୍ଲୋ ଉପରେ ମଧ୍ୟ ଅଭିଯୋଗ ଲଗାଯାଇଛି। କୁହାଯାଇଛି ସେ ଏବେ ଡ୍ରଗ୍ସ କାମ ସହ ଗୁଇନ୍ଦାଗିରି କରୁଛି। ଏହା ସହ ଅନେକ ଗ୍ୟାଙ୍ଗ ନାଁ ମଧ୍ୟ ଲେଖିଛି। ତେବେ ଏହି ପୋଷ୍ଟର ସତ୍ୟତା ବିଷୟରେ ଜଣାପଡ଼ିନାହିଁ।
ହରିୟାଣା କରନାଲର ଭାନୁ ରାଣା, ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଥିଲା। ୨୦୨୫ ନଭେମ୍ବରରେ ସେ ଆମେରିକାରେ ଧରାପଡ଼ିଥିଲା। ବର୍ତ୍ତମାନ ଭାରତୀୟ ଏଜେନ୍ସୀ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ପ୍ରକ୍ରିୟା ଚାଲିଥିଲା। ତା’ପରେ ହରିୟାଣା, ପଞ୍ଜା ଏବଂ ଦିଲ୍ଲୀରେ ହତ୍ୟା, ବଟି ଏବଂ ଆର୍ମ୍ସ ଆକ୍ଟରେ ଅନେକ ମାମଲା ରହିଛି।
ପଞ୍ଜାବରେ ହୋଇଥିବା ଏବଂ ଗ୍ରେନେଡ ଆକ୍ରମଣର ଯାଞ୍ଚରେ ଭାନୁ ରାଣାଙ୍କ ନାଁ ସାମ୍ନାକୁ ଆସିଥିଲା। ୨୦୨୫ ଜୁନରେ କରନାଲରେ ଧରାପଡ଼ିଥିବା ଗ୍ୟାଙ୍ଗର ସଦସ୍ୟ ପଚରାଉଚରା ବେଳେ ସ୍ବୀକାର କରିଥିଲା ଯେ, ସେ ରାଣାଙ୍କ ନିର୍ଦ୍ଦେଶରେ ହିଁ କାମ କରୁଥିଲା। ଭାରତୀୟ ଏଜେନ୍ସୀ ଏବେ ଏହି ହତ୍ୟା ଦାବିର ସତ୍ୟତା ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *