Spread the love

ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ର ଉଦଘାଟିତ ।  ବରମୁଣ୍ଡାରେ BSABTରେ ଭିସା ଆବେଦନ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ପୂର୍ବରୁ ରାଜ୍ୟବାସୀଙ୍କୁ ଏହି ସେବା ପାଇଁ କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ ଯିବାପାଇଁ ପଡ଼ୁଥିଲା ।  ଯାହାକୁ ନେଇ ରାଜ୍ୟସରକାରଙ୍କ ନିକଟକୁ ଏହି ଅଭିଯୋଗ ଆସିଥିଲା ।  କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଭିସା ଆବେଦନ କେନ୍ଦ୍ର ପାଇଁ ୩ହଜାର ବର୍ଗଫୁଟ୍ ସ୍ଥାନ ପ୍ରଦାନ କରାଯାଇଛି ।

ଆବଶ୍ୟକ ପଡ଼ିଲେ ଅଧିକ ସ୍ଥାନ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ପ୍ରଥମ ପର୍ଯ୍ୟାୟରେ ୧୦ ଦେଶକୁ ଯିବା ପାଇଁ ଏଠାରୁ ଭିସା କରିହେବ।  ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯିବ ।  ବର୍ତ୍ତମାନ ଭାରତର ୨୦ ଟି ସହରରେ ୫୬୦ ଟି VFS ସେଣ୍ଟର୍ ରହିଛି ।  ବିଦେଶ ଯିବାକୁ ଚାହୁଁଥିବା ଓଡ଼ିଆଙ୍କ ପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।  ଏହା ଓଡିଶାବାସୀଙ୍କ ବିଦେଶ ଯାତ୍ରାକୁ ସହଜ କରିବ, ଶିଳ୍ପ ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ, ଆନ୍ତର୍ଜାତୀୟ ସମ୍ପର୍କକୁ ମଜବୁତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave a Reply

Your email address will not be published. Required fields are marked *