Spread the love

କାଠମାଣ୍ଡୁ: ନେପାଳ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାସନାଲ ଇଣ୍ଡିପେଣ୍ଡେଣ୍ଟ ପାର୍ଟି ନେତା ବାଲେନ ଶାହ ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ନେପାଳର ୪୭ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି।  ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ସମ୍ବିଧାନର ଧାରା ୭୬(୧) ଅନୁଯାୟୀ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରିଥିଲେ। ଆଜି ରାମନବମୀ ଅବସରରେ କାଠମାଣ୍ଡୁରେ ଏକ ମହା ସମାରୋହରେ ବାଲେନ ଶାହ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସ୍ଥାନୀୟ ସମୟ ସାଢେ ୧୨ଟା ରେ କାଠମାଣ୍ଡୁର ରାଷ୍ଟ୍ରପତି ଭବନ “ଶୀତଳ ନିବାସ” ରେ ତାଙ୍କୁ ଶପଥ ଗ୍ରହଣ କରାଯାଇଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶପଥ ଗ୍ରହଣ ସମାରୋହ ହିନ୍ଦୁ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା।  ସାତ ଜଣ ଶଙ୍ଖଧାରୀ ଶଙ୍ଖ ଫୁଙ୍କି ସମାରୋହର ଆରମ୍ଭ କରିଥିଲେ।  ଯାହାକୁ ଶୁଭ ଏବଂ ସୌଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ଶପଥ ଗ୍ରହଣ ଉତ୍ସବ ପର ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା। ​​ଯେତେବେଳେ ସେ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କୁ ଆଲିଙ୍ଗନ କରିଥିଲେ। ସେପଟେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ବାଲେନ୍ଦ୍ର ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।  ମୋଦୀ ଲେଖିଛନ୍ତି, “ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପାଇଁ ବାଲେନ୍ଦ୍ର ଶାହଙ୍କୁ ଅନେକ ଅନେକ ଅଭିନନ୍ଦନ। ଆପଣଙ୍କ ନିଯୁକ୍ତି ନେପାଳର ଲୋକମାନେ ଆପଣଙ୍କ ନେତୃତ୍ୱ ଉପରେ ଯେଉଁ ବିଶ୍ୱାସ ରଖିଛନ୍ତି ତାହା ପ୍ରତିଫଳିତ କରେ। ଆମ ଦୁଇ ଦେଶର ଲୋକଙ୍କ ପାରସ୍ପରିକ ଲାଭ ପାଇଁ ଭାରତ-ନେପାଳ ବନ୍ଧୁତା ଏବଂ ସହଯୋଗକୁ ଆହୁରି ଉଚ୍ଚତାକୁ ନେବା ପାଇଁ ଆପଣଙ୍କ ସହିତ ଘନିଷ୍ଠ ଭାବରେ କାମ କରିବାକୁ ମୁଁ ଅପେକ୍ଷା କରିଛି।”

Leave a Reply

Your email address will not be published. Required fields are marked *