ନୂଆଦିଲ୍ଲୀ: ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ୨୦୨୬ ବାଚନିକ ଭୋଟରେ ଗୃହୀତ ହୋଇଛି।ଏହି ବିଲ୍ ଅନୁଯାୟୀ, ଟ୍ରାନ୍ସଜେଣ୍ଡର ଚିହ୍ନଟ ପାଇଁ ମେଡିକାଲ୍ ବୋର୍ଡର ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଛି। ବିରୋଧୀ ଦଳଗୁଡ଼ିକ ଏହାକୁ ମୌଳିକ ଅଧିକାରର ଉଲ୍ଲଙ୍ଘନ କହି ବିରୋଧ କରିଥିଲେ, କିନ୍ତୁ ଶେଷରେ ଏହା ବାଚନିକ ଭୋଟ୍ରେ ଗୃହୀତ ହୋଇଛି। ଏହି ବିଲ୍ ୨୦୧୯ର ପୁରୁଣା ଆଇନରେ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ବିବାଦୀୟ ପରିବର୍ତ୍ତନ ଆଣିବାକୁ ଯାଉଛି। ସୋମବାର ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ୍ ଆଇନ (ସଂଶୋଧନ) ବିଲ୍ ୨୦୨୬କୁ ଆଗତ କରିଥିଲେ। ବିଲ୍ ଆଗତ ପରେ ଏହାକୁ ବିସ୍ତୃତ ତର୍ଜମା ନିମନ୍ତେ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇ ଦିଆଯାଇଛି। ଲିମିଟେଡ୍ ଲାଏବିଲିଟି ପାର୍ଟନରସିପ୍ ଆଇନ ୨୦୦୮ ଓ କମ୍ପାନୀ ଆଇନ ୨୦୧୩ ସଂଶୋଧନ କରିବା ଲାଗି ଏହି ନୂଆ ବିଲ୍ ଆଗତ କରାଯାଇଛି। ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ବ୍ୟାବସାୟିକ ନିୟମକୁ ସହଜ କରିବା ଏବଂ କମ୍ପାନୀ ଆଇନର କିଛି ଛୋଟ ଅପରାଧକୁ ଅପରାଧ ଶ୍ରେଣୀରୁ ବାଦ୍ ଦେବା।