Spread the love

କଲମ୍ବୋ: ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧରେ ଶ୍ରୀଲଙ୍କା ନିଜର ନିରପେକ୍ଷତା ବଜାୟ ରଖିଛି। ଶ୍ରୀଲଙ୍କା ଏହାର ବିମାନ ବନ୍ଦରରେ ଆମେରିକୀୟ ଯୁଦ୍ଧ ବିମାନଗୁଡ଼ିକୁ ଅବତରଣ ପାଇଁ ଅନୁମତି ପ୍ରଦାନ କରି ନାହିଁ। ଯୁଦ୍ଧବିମାନକୁ ଅବତରଣ ଅନୁମତି ଦେବା ଲାଗି ଆମେରିକା ପକ୍ଷରୁ ଶ୍ରୀଲଙ୍କା ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିବାବେଳେ କଲମ୍ବୋ ଏହାକୁ ପ୍ରତ୍ୟାଖ୍ୟାନ କରିଛି।

ଶ୍ରୀଲଙ୍କା ସ୍ପଷ୍ଟ କରିଛି ଯେ ସେ ଏହି ଯୁଦ୍ଧରେ କୌଣସି ପକ୍ଷ ନେବ ନାହିଁ ଏବଂ ନିଜର ନିରପେକ୍ଷତା ବଜାୟ ରଖିବ। ଭାରତ ମହାସାଗରରେ ଶ୍ରୀଲଙ୍କାର ଏହି ନିଷ୍ପତ୍ତି ଆମେରିକା ପାଇଁ ଏକ ବଡ଼ ଝଟକା, କାରଣ ଏହା ଦ୍ୱାରା ଆମେରିକାର ସାମରିକ ପରିଚାଳନା କ୍ଷମତା ସୀମିତ ହୋଇରହିଛି। ଶ୍ରୀଲଙ୍କା ନିଜର ଆର୍ଥିକ ପୁନରୁଦ୍ଧାର ପାଇଁ ଏସିଆର ଅନ୍ୟ ଦେଶ ବିଶେଷକରି ଚୀନ ଓ ଇରାନ ସହ ସୁସମ୍ପର୍କ ରଖିବାକୁ ଚାହୁଁଛି। ଇରାନ ଶ୍ରୀଲଙ୍କାକୁ ବିଭିନ୍ନ ପ୍ରକଳ୍ପରେ ବିଶେଷ କରି ଚା’ ରପ୍ତାନି ବଦଳରେ ତେଲ ପ୍ରଦାନ ଭଳି ସାହାଯ୍ୟ କରିଛି। ତେଣୁ ଶ୍ରୀଲଙ୍କା ସିଧାସଳଖ ଇରାନ ବିରୋଧରେ ଯିବାକୁ ଚାହୁଁନାହିଁ।

Leave a Reply

Your email address will not be published. Required fields are marked *