Spread the love

ୱାଶିଂଟନ: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ସକ୍ରିୟ ଅଂଶଗ୍ରହଣ କରୁଥିବା ଆମେରିକାର ବିମାନବାହୀ ଯୁଦ୍ଧ ଜାହାଜ ‘ୟୁଏସଏସ ଜେରାଲ୍ଡ ଫୋର୍ଡ’ କ୍ଷତିଗ୍ରସ୍ତ ହେବା ପରେ ବର୍ତ୍ତମାନ ଏହା ପାରସ୍ୟ ଉପସାଗର ଛାଡି ଗ୍ରୀସର ଏକ ବନ୍ଦର ଆଡକୁ ଅଗ୍ରସର ହେଉଛି। ଏହି ଯୁଦ୍ଧଜାହାଜର ଲଣ୍ଡ୍ରି ପ୍ରକୋଷ୍ଠ ଏବଂ ସୈନ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ନିଆଁ ଲାଗି କ୍ଷତି ଘଟିଥିବାରୁ ଗ୍ରୀସରେ ଏହାର ମରାମତି କରାଯିିବ।

ଜେରାଲ୍ଡ ଫୋର୍ଡ ଜାହାଜ ଆଜକୁ ୧୦ ମାସ ହେବ ପାରସ୍ୟ ଉପସାଗରରେ ମୁତୟନ ହୋଇଛି। ଦୀର୍ଘ ସମୟ ଧରି ବାହାରେ ରହିଥିବାରୁ ଏଥିରେ କାର୍ଯ୍ୟରତ ସୈନ୍ୟମାନେ ଅତିଷ୍ଠ ହୋଇପଡିଲେଣି। ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଲଣ୍ଡ୍ରି ଓ ଶୌଚାଳୟରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *