Spread the love

ଭବାନୀପାଟଣା : କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ ବାଗପୁର ଗାଁ ନିକଟରେ ହାତୀ ଦଳି ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଗଣ୍ଠି ମାଝି(୬୫) ବୋଲି ଜଣାପଡିଛି।

ବିଲକୁ କପା ସଂଗ୍ରହ କରିବାକୁ ଯାଇଥିବା ବେଳେ ତାଙ୍କୁ ହାତୀ ଦଳି ଦେଇଥିଲା। ଖବରପାଇ ବନ କର୍ମଚାରୀ ଏବଂ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ସୂଚନାଯୋଗ୍ୟ ଗତବର୍ଷ ସେହି ଗାଁ ନିକଟରେ ହାତୀ ଦଳି ଦେବାରୁ ତତ୍କାଳୀନ ନର୍ଲା ଡେପୁଟି ରେଞ୍ଜର ପ୍ରଶାନ୍ତ ପାଲ ଙ୍କ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *