Spread the love

ପୁରୀ : ଗତ 28 ତାରିଖରେ ଶ୍ରୀମନ୍ଦିରରେ ନୀତି ବିଳମ୍ବ ପ୍ରସଙ୍ଗ ।  ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆରମହାସୁଆର ନିଯୋଗ ।  ସିଂହଦ୍ଵାର ସମ୍ମୁଖରେ ଆନ୍ଦୋଳନ ଚେତାବନୀ ଦେଲା ସୁଆରମହାସୁଆର ନିଯୋଗ ।  କ୍ଷତିପୂରଣ ସହ ନୀତି ବିଳମ୍ବରେ ସମ୍ପୃକ୍ତ ସେବକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାଇଁ ଅଡି ବସିଲା ନିଯୋଗ ।  ଭିତରକାଠ ଦର୍ଶନ ବିବାଦକୁ ନେଇ ଗତ 28 ତାରିଖରେ ବିଳମ୍ବ ହୋଇଥିଲା ନୀତି ।

ଡେରିରେ ବାହାରିଥିଲା ମହାପ୍ରସାଦ ।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଦେଲା ସୁଆରମହାସୁଆର ନିଯୋଗ ।   ଦୃଢ କାର୍ଯ୍ୟାନୁଷ୍ଠାନ ସହ 25 ଲକ୍ଷ ଟଙ୍କାର କ୍ଷତିପୂରଣ ଓ ସାତଦିନ ମହଲତ ଦେଲା ସୁଆରମହାସୁଆର ନିଯୋଗ  ।  ତେବେ ଗତ ଫେବୃଆରୀ 28 ତାରିଖରେ ଖୁଣ୍ଟିଆ ମେକାପ ସେବକମାନେ ଭିଆଇପିମାନଙ୍କ ଭିତରକାଠ ଦର୍ଶନକୁ ବିରୋଧ କରି ମହାପ୍ରଭୁଙ୍କ ମଇଲମ ନକରିବାରୁ ଭକ୍ତମାନେ  ପ୍ରାୟ ସଂଧ୍ୟା ୬ଟା୧୫ ପର୍ଯ୍ୟନ୍ତ ମହାପ୍ରସାଦ ପାଇବାରୁ ବଞ୍ଚିତ ଥିଲେ ।

ତେଣୁ ସୁଆରମହାସୁଆର ନିଯୋଗର ବରାଦି ଭୋଗ ବାବଦକୁ ପ୍ରାୟ 25 ଲକ୍ଷ ଟଙ୍କା କ୍ଷତି ହୋଇଥିଲା ବୋଲି କହିଛନ୍ତି ନିଯୋଗର ସଭାପତି ଓ ସମ୍ପାଦକ ।  ତେଣୁ ମହାପ୍ରଭୁଙ୍କ ନୀତିରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଖୁଣ୍ଟିଆ ମେକାପ ସେବକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଅବଢା ବାଵଦକୁ ପ୍ରାୟ 25 ଲକ୍ଷ ଟଙ୍କାର କ୍ଷତି ହୋଇଥିବା ନିଯୋଗ ପକ୍ଷରୁ କୁହାଯାଇଛି। ତେଣୁ ସାତଦିନ ଭିତରେ କ୍ଷତିପୂରଣ ରାଶି ନଦେଲେ ସିଂହଦ୍ଵାର ସମ୍ମୁଖରେ ଆନ୍ଦୋଳନ କରିବା ସହ ମହାପ୍ରସାଦ ରନ୍ଧା ବନ୍ଦ କରାଯିବ ବୋଲି ନିଯୋଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *