ଭୁବନେଶ୍ୱର: ପ୍ରବୀଣ ଓଡ଼ିଆ ସଂଗୀତ ରଚୟିତା ଅଭିଜିତ ମଜୁମଦାରଙ୍କ ରବିବାର ଦିନ ଏମ୍ସ ଭୁବନେଶ୍ୱରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ ବର୍ଷ ଶେଷ ଆଡ଼କୁ ସ୍ୱାସ୍ଥ୍ୟଗତ ସମସ୍ୟା ପରେ ସେ ପ୍ରମୁଖ ମେଡିକାଲ ଇନଷ୍ଟିଚ୍ୟୁଟ ଏମ୍ସରେ ଦୀର୍ଘ ସମୟ ଧରି ଚିକିତ୍ସାଧୀନ ଥିଲେ। ଆଜି ପ୍ରାୟ ସକାଳ ୯ ସମୟରେ ତାଙ୍କର ଦେହାନ୍ତ ହୋଇଛି। ଏହାପରେ ରାଜ୍ୟର ସଙ୍ଗୀତ ଏବଂ ଚଳଚ୍ଚିତ୍ର ଜଗତ ଗଭୀର ଶୋକର ଛାୟା ଖେଳିଯାଇଛି।
ତେବେ ମଜୁମଦାରଙ୍କୁ ସେପ୍ଟେମ୍ବର ୪, ୨୦୨୫ ରେ ଗୁରୁତର ଅବସ୍ଥାରେ ଏମ୍ସ ଭୁବନେଶ୍ୱରର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅସୁସ୍ଥତାର ଗମ୍ଭୀରତା ଯୋଗୁଁ, ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା ଏବଂ କିଛି ସପ୍ତାହ ଧରି ସଘନ ଚିକିତ୍ସା ବ୍ୟବସ୍ଥାରେ ରଖାଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ, ସଂଗୀତକାର ଉଚ୍ଚ ରକ୍ତଚାପ ଏବଂ କ୍ରନିକ ଯକୃତ ରୋଗ ସମେତ ଅନେକ ସ୍ୱାସ୍ଥ୍ୟ ଜଟିଳତା ସହିତ ସଂଘର୍ଷ କରୁଥିଲେ। ଡାକ୍ତରଙ୍କ ନିରନ୍ତର ଚିକିତ୍ସା ଏବଂ କଡ଼ା ନଜର ସତ୍ତ୍ୱେ, ତାଙ୍କ ଅବସ୍ଥା ଦୀର୍ଘ ସମୟ ପର୍ଯ୍ୟନ୍ତ ଦୁର୍ବଳ ରହିଥିଲା ଏବଂ କିଛି ସୁଧାର ନଜର ଆସୁନଥିଲା।