Month: October 2024

କମିବ ପେଟ୍ରୋଲ ଓ ଡିଜେଲ ଦର; ଓଡ଼ିଶାର ଏହି ସବୁ ଅଞ୍ଚଳର ଉପଭୋକ୍ତା ପାଇବେ ଲାଭ

ଭୁବନେଶ୍ବର : କମିବ ପେଟ୍ରୋଲ, ଡିଜେଲ ଦର। ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ତେବେ ଏଥିରୁ ଲାଭ ପାଇବେ ତୈଳ ଡିପୋରୁ ଦୂରଦୂରାନ୍ତରେ ଥିବା ସ୍ଥାନର ଲୋକେ। ଏନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ…

ବୁଧବାର ଅପରାହ୍ନରୁ ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ

ପୁରୀ : ଆସନ୍ତାକାଲି ଅର୍ଥାତ ୩୦ ତାରିଖ ବୁଧବାର କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ସେଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ନ ପ୍ରାୟ ୫ଟାରୁ ରାତି ୧୦ଟା…

ଅବକାରୀ ନିୟମରେ ସଂଶୋଧନ: ବାରରେ ଚାଲିବ କେବଳ ଅର୍କେଷ୍ଟ୍ରା

ଭୁବନେଶ୍ବର : ମାତ୍ର କିଛିଦିନର ବ୍ୟବଧାନ ପରେ ରାଜ୍ୟ ସରକାର ପୁଣିଥରେ ମଦବାରଗୁଡ଼ିକ ପାଇଁ କଠୋର ହୋଇଛନ୍ତି । ଏଣିକି ବାରଗୁଡ଼ିକରେ କେବଳ ଅର୍କେଷ୍ଟ୍ରା ରହିବ । ଆଉ ଡ୍ୟାନ୍ସ କାର୍ଯ୍ୟକ୍ରମ ହେବନି । ଏଥିପାଇଁ ଅବକାରୀ ନିୟମାବଳୀ-୨୦୧୭ରେ ସଂଶୋଧନ ମଧ୍ୟ…

ଦୀପାବଳି ପାଇଁ ଆସିଲା ଗାଇଡ୍‌ଲାଇନ୍‌, ୭ଟାରୁ ୯ଟା ଭିତରେ ଫୁଟିବ ବାଣ

ଭୁବନେଶ୍ବର : ସୁରକ୍ଷିତ ଦୀପାବଳି ପାଳନ କରିବା ପାଇଁ ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ…

ଟିକେଟ ଦେଲାନି ସିନ୍ଦେ ସେନା, କାନ୍ଦିବା ପରେ ନିଖୋଜ ହୋଇଗଲେ ବିଧାୟକ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାସକ ମାହାୟୁତି ମେଣ୍ଟରେ ବିଦ୍ରୋହ ତେଜିବାରେ ଲାଗିଛି। ବିଜେପି-ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ମିଳିତ ଭାବେ ନିର୍ବାଚନ ଲଢ଼ୁଛନ୍ତି। ହେଲେ ସବୁ ଦଳ ମଧ୍ୟରେ ଟିକେଟ…

ଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀ ଯୋଗୁ ଆମ ରାଜ୍ୟରେ ଉନ୍ନତମାନର ଔଷଧ ବିତରଣ ତ୍ୱରାନ୍ୱିତ ହୋଇପାରିବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାରେ ୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ନିକଟସ୍ଥ ଗୋଠପାଟଣା ଠାରେ ସେଣ୍ଟ୍ରାଲ ଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀର ଉଦ୍‌ଘାଟନ କରିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ବିଞ୍ଝଗିରି ଠାରେ କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା…

ୱାକଫ ପ୍ୟାନେଲ ମିଟିଂରେ ପୁଣି ହଙ୍ଗାମା

ନୂଆଦିଲ୍ଲୀ : ୱାକଫ(ସଂଶୋଧନ) ବିଲ୍‌ ଉପରେ ଯୁଗ୍ମ ସଂସଦୀୟ କମିଟି(ଜେପିସି) କରୁଥିବା ବୈଠକରେ ପୁଣିଥରେ ହଙ୍ଗାମା ଦେଖିବାକୁ ମିଳିଛି। ବିଧେୟକରେ ଦିଲ୍ଲୀ ୱାକଫ ବୋର୍ଡ ପରିବର୍ତ୍ତନକୁ ସମର୍ଥନ କରିବାରୁ ବିବାଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ ୱାକଫ ବୋର୍ଡ ଆଡମିନଷ୍ଟ୍ରେଟର ଆଇଏଏସ…

ଭୟଙ୍କର ବସ ଦୁର୍ଘଟଣା, ଚାଲିଗଲା ୧୨ ଜୀବନ

ଜୟପୁର : ରାଜସ୍ଥାନର ସିକାରରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଗୋଟିଏ ଯାତ୍ରିବାହୀ ବସ୍‌ ଦ୍ରୁତଗତିରେ କଲଭର୍ଟରେ ପିଟି ହୋଇ ଛିନଛତ୍ର ହୋଇଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ…

ହ୍ୱାଇଟ୍‌‌ ହାଉସରେ ଦୀପାବଳି ପାଳନ; ବାଇଡେନ କହିଲେ ‘ଏହା ମୋର ନୁହେଁ ଆପଣଙ୍କ ଘର’

ନୂଆଦିଲ୍ଲୀ: ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ହ୍ୱାଇଟ୍‌‌ ହାଉସରେ ଦୀପାବଳୀ ପର୍ବ ପାଳନ କରିଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍‌‌। ଦୀପାବଳି ପର୍ବ ଅବସରରେ ଡେମୋକ୍ରାଟିକ ପାର୍ଟି ସଦସ୍ୟମାନେ ହିନ୍ଦୁମାନଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି। ଏହି କ୍ରମରେ ସେମାବାର…

୨ଟି ନାମାଙ୍କନ ପତ୍ର ଦାଖଲ କଲେ ନୱାବ ମଲିକ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଅଜିତ ପାୱାରଙ୍କ ଏନସିପିର ନେତା ନୱାବ ମଲିକ ଆଜି ମୁମ୍ବାଇର ମନଖୁର୍ଦ ଶିବାଜୀ ନଗର ନିର୍ବାଚନ ମଣ୍ଡଳୀରୁ ୨ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ଗୋଟିଏ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ…