Spread the love

ଭୁବନେଶ୍ବର : ସୁରକ୍ଷିତ ଦୀପାବଳି ପାଳନ କରିବା ପାଇଁ ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା କରାଯାଇଛି।
ଗାଇଡ୍‌ଲାଇନ୍‌ରେ କୁହାଯାଇଛି, ପାର୍କ, ସାଇଲେନ୍ସ ଜୋନରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ସେହିପରି ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ଓ କୋର୍ଟଠାରୁ ୧୦୦ ମିଟର ଭିତରେ ବାଣ ଫୁଟାଇବାକୁ ମନା କରାଯାଇଛି। ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ବସ୍ତି ସହ ରାସ୍ତା ଓ ଜନ ଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାକୁ ବାରଣ କରାଯାଇଛି। ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ଦେବାକୁ ମନା କରାଯାଇଛି। ବେରିୟମ ଓ କେମିକାଲଯୁକ୍ତ ବାଣ ବିକ୍ରି, ବ୍ୟବହାର ମନା କରାଯାଇଛି।

Leave a Reply

Your email address will not be published. Required fields are marked *