Month: January 2024

କଂଗ୍ରେସ ପ୍ରଭାରୀଙ୍କୁ ଭେଟିଲେ ଗମାଙ୍ଗ ପରିବାର; ଦଳରେ ମିଶିବା ନେଇ ଦେଲେ ସବୁଜ ସଂକେତ

ରାୟଗଡା/ଗୁଣୁପୁର: କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କୁ ଗମାଙ୍ଗ ପରିବାର ଭେଟି ଆଲୋଚନା କରିଛନ୍ତି। ପୂର୍ବରୁ ଗମାଙ୍ଗ ପରିବାର ଦିଲ୍ଲୀରେ ହାଇକମାଣ୍ଡଙ୍କ ସମେତ ଆଗଧାଡିର କଂଗ୍ରେସ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିବା ନେଇ ସଂକେତ ଦେଇଥିଲେ। କଂଗ୍ରେସ ବି ଏମାନଙ୍କୁ ପୁଣି…

ରାଜ୍ୟରେ ଆରମ୍ଭ ହେଲା ଇ–ଲେକଚର ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟ ସରକାର ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ଇ–ଲେକଚର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏଥିରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼ କରାଯାଇଛି, ଯାହା ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ…

ଜାନୁଆରୀ ୨୬ରୁ ରାଜଧାନୀରେ ଆଦିବାସୀ ମେଳା

ଭୁବନେଶ୍ଵର: ଆସନ୍ତା ୨୬ ତାରିଖରୁ ରାଜଧାନୀରେ ଆଦିବାସୀ ମେଳା ଅନୁଷ୍ଠିତ ହେବ । ଏଥିଲାଗି ଆଦିବାସୀ ପଡିଆରେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ସହରୀ ପରିବେଶରେ ଦେଖିବାକୁ ମିଳିବ ଗାଁର ଆସର। ଚଳିତବର୍ଷ ଜାନୁଆରୀ ୨୬ ତାରିଖରୁ ମେଳା ଆରମ୍ଭ ହୋଇ…

କେନ୍ଦ୍ର ସରକାର ଓଡ଼ିଶାକୁ ମାଗଣା ଚାଉଳ ଦେଉଛନ୍ତି: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ବାଲେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାଲେଶ୍ୱରରେ ନୂଆ ଷ୍ଟେସନ ଓ ମେମୁ ଟ୍ରେନର ଲୋକାର୍ପଣ କରିଛନ୍ତି। ବାଲେଶ୍ୱର ଜିଲ୍ଲା ଗୋପୀନାଥପୁର ରେଳ ଷ୍ଟେସନ୍‌ର ଲୋକାର୍ପଣ କରିଥିବା ବେଳେ, କେନ୍ଦ୍ର ରେଳମନ୍ତ୍ରୀ ନୀଳଗିରି-ବାଲେଶ୍ୱର ମେମୁ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଟ୍ରେନ୍‌କୁ…

କ୍ଷୀରଚୋରା ଗୋପିନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅଶ୍ୱିନୀ ବୈଷ୍ଣବ : ଯାତ୍ରୀନିବାସ ଲାଗି ୫୦ ଲକ୍ଷ ଘୋଷଣା କଲେ କେନ୍ଦ୍ର ରେଳମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ୱରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଆଜି ସକାଳେ ଅଶ୍ୱିନୀ ବୈଷ୍ଣବ ରେମୁଣାରେ ଥିବା ପ୍ରସିଦ୍ଧ କ୍ଷୀରଚୋରା ଗୋପିନାଥ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଛନ୍ତି । ଏହା ପରେ ବିକଶିତ ଭାରତ…

ଓୟୋ ହୋଟେଲ ରୁମରେ ଅଙ୍ଗନବାଡ଼ି କର୍ମୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ, ପ୍ରେମିକ ଅଟକ

ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ସ୍ଥିତ ଓୟୋ ହୋଟେଲ ରୁମରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ତାଙ୍କ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ ଯୁବତୀ ଜଣଙ୍କ ଜଣେ ଅଙ୍ଗନବାଡ଼ି କର୍ମୀ।…

କେନ୍ଦ୍ରମନ୍ତ୍ରୀଙ୍କ କେନ୍ଦୁପତ୍ରରୁ ଜିଏସଟି ଛାଡ ପ୍ରତିଶ୍ରୁତି କୁଆଡେ ଗଲା

ରେଢାଖୋଲ: ସମ୍ବଲପୁର ରେଢାଖୋଲରୁ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ସିଧାସଳଖ ବର୍ଷିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କେନ୍ଦୁପତ୍ରରୁ ଜିଏସଟି ଛାଡ ନେଇ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେବ। ସ୍ଥାନୀୟ ଲୋକଙ୍କୁ ଉଦବୋଧନ ଦେବା ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି…

ମେଡିକାଲ ଛାତ୍ରୀ ଯୌନ ନିର୍ଯାତନାର ଶିକାର; ଅଭିଯୁକ୍ତ ଅଧିକାରୀଙ୍କୁ କ୍ୟାମ୍ପସ୍‌ ମନା

ଗୋରଖପୁର : ଯୌନ ନିର୍ଯାତନାର ଶିକାର ହୋଇଥିବା ପରି ସାଂଘାତିକ ଅଭିଯୋଗ ଆଣିଲେ ମେଡିକାଲ ଛାତ୍ରୀ। ନିଜ କଲେଜର ଜଣେ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଛାତ୍ରୀଜଣକ ଏପରି ଅଭିଯୋଗ ଆଣିବା ପରେ କ୍ୟାମ୍ପସ୍‌ରେ ଚହଳ ସୃଷ୍ଟି ହୋଇଛି। ଏପରି ଘଟଣା ଗୋରଖପୁରସ୍ଥିତ…

ହତ୍ୟାର ୧୧ ଦିନ ପରେ କେନାଲରୁ ମିଳିଲା ମଡେଲଙ୍କ ମୃତଦେହ

ନୂଆଦିଲ୍ଲୀ : ଗୁରୁଗ୍ରାମର ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପହୁଜାଙ୍କ ମିଳିଲା ମୃତଦେହ। ହତ୍ୟାର ୧୧ ଦିନ ପରେ ହରିୟାଣାର ଏକ କେନାଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ ସୂଚନା ଅନୁସାରେ, ଦିବ୍ୟାଙ୍କ ମୃତଦେହ ଟୋହନା କେନାଳରୁ ମିଳିଛି। ମୃତଦେହଟି…

‘ମମତା ହେଉଛନ୍ତି ବେଇମାନ ଓ ଅହଂକାରୀ, ସୋନିଆ ତାଙ୍କୁ ଭିକ ମାଗିବେନି’

ନୂଆଦିଲ୍ଲୀ : ଗୋଟିଏ ପଟେ ‘ଇଣ୍ଡିଆ’ ବ୍ଲକରେ ସିଟ୍‌ ବଣ୍ଟନକୁ ନେଇ ବୈଠକ ଚାଲିଥିବା ବେଳେ ଅନ୍ୟପଟେ ନେତାମାନେ ପରସ୍ପର ଉପରେ ଆକ୍ରମଣ କରିବାକୁ ଲାଗିଛନ୍ତି। ଆଜି ଇଣ୍ଡିଆ ମେଣ୍ଟର ବୈଠକ ବସିଛି। ତେବେ ଏହି ବୈଠକରେ ଯୋଗଦେଇନି ଟିଏମ୍‌ସି। ଏହାକୁ…