
ଗତ ଡିସେମ୍ବରରେ ଏହି ଘଟଣା ଘଟିଥିବା ଜଣାଯାଇଛି। ଉକ୍ତ ସମୟରେ ଛାତ୍ରୀଜଣକ ଡିପ୍ରେସନର ଶିକାର ହୋଇଥିଲେ। ଅସୁସ୍ଥତା ହେତୁ ଡିସେମ୍ବର ୧୭ ତାରିଖରେ ସେ ହସ୍ପିଟାଲରେ ଆଡମିଟ ହୋଇଥିବା ବେଳେ ତାହା ପରଦିନ ଡିସଚାର୍ଜ ହୋଇଥିଲେ। ଉକ୍ତ ଦିନ ସେ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ତାଙ୍କ କ୍ୟାବିନକୁ ଯାଇଥିଲେ। ସେଠାରେ ଅଧିକାରୀଜଣକ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି।
ଏ ନେଇ ଛାତ୍ରୀଜଣକ କଲେଜ ମୁଖ୍ୟଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଏହାର ତଦନ୍ତ ନିମନ୍ତେ ଏକ ୯ ଜଣିଆ ଆଭ୍ୟନ୍ତରୀଣ କମିଟି ଗଠିତ ହୋଇଛି। ଗତ ୯ ତାରିଖରେ ଉକ୍ତ ଅଧିକାରୀଙ୍କୁ ସସ୍ପେଣ୍ଡ କରାଯିବା ସହ ଏମ୍ସ କ୍ୟାମ୍ପସରେ ପ୍ରବେଶ କରିବାକୁ ବାରଣ କରାଯାଇଛି।
ଏଥିସହ ଘଟଣାର ତଦନ୍ତ ସରି ନ ଥିବାରୁ ଗୋରଖପୁର ଛାଡ଼ି ନ ଯିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଏମ୍ସ ଗୋରଖପୁରର ଏକଜିକ୍ୟୁଟିଭ ଡାଇରେକ୍ଟର ଗୋପାଳ କୃଷ୍ଣ ପାଲ ସୂଚନା ଦେଇଛନ୍ତି।