Spread the love

ଭୁବନେଶ୍ଵର: ବାତ୍ୟା ମନ୍ଥା ପାଇଁ ଯୁକ୍ତ ଦୁଇ ଫର୍ମ ପୂରଣର ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଅକ୍ଟୋବର ୨୮ରେ ୨୦୨୬ର ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣର ଶେଷ ତାରିଖ ଥିଲା। ହେଲେ ବାତ୍ୟା ମନ୍ଥା ପ୍ରଭାବ ପାଇଁ ଅନେକ କଲେଜର ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିନାହାନ୍ତି। ଏ ନେଇ କଲେଜ ଗୁଡିକ ଠାରୁ ନିବେଦନ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏବଂ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଅକ୍ଟୋବର ୨୮ରେ ଏହି ତାରିଖ ସରୁଥିଲା। ବାତ୍ୟାକୁ ଦୃଷ୍ଟିରେ ରଖି ଏହି ତାରିଖକୁ ନଭେମ୍ବର ୩କୁ ଘୁଞ୍ଚାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

Leave a Reply

Your email address will not be published. Required fields are marked *