Spread the love

ବିହାରର: ବିହାରର ବେଗୁସରାଇରେ ଦୁର୍ଗା ପୂଜାକୁ ନେଇ ଲୋକଙ୍କ ମଧ୍ୟରେ ଖୁବ ଉତ୍ସାହ ଭରି ରହିଥାଏ। ମା’ଙ୍କ ଷଷ୍ଠୀ ପୂଜା ଦିନ ଠାରୁ ଆରମ୍ଭ କରି ଦଶମୀଦିନ ପର୍ଯ୍ୟନ୍ତ ଦେବୀଙ୍କ ଦର୍ଶନ ପାଇଁ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।
ଚଳିତଥର ବେଗୁସରାଇର ବିଷ୍ଣୁପୁର ଚାନ୍ଦନୀ ଚୌକର ସାର୍ବଜନୀନ ଦୁର୍ଗା ମନ୍ଦିରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମହିଷାସୁର ଭାବରେ ଚିତ୍ରିତ କରାଯାଇଛି। ମା’ ମହିଷାସୁର ସ୍ଥାନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବଧ କରୁଥିବା ବେଳେ ଟ୍ରମ୍ପଙ୍କ ଗୋଟିଏ ହାତକୁ ସିଂହ ଓ ଅନ୍ୟ ହାତରେ ଏକ ବିଷଧର ସାପ ଗୁଡ଼ାଇ ହୋଇ ଦଂଶନ କରୁଥିବା ଦେଖିବାକୁ ମିଳୁଛି।
ଏଭଳି ଅନନ୍ୟ ପ୍ରତିମା ନିର୍ମାଣକୁ ନେଇ ବିଷ୍ଣୁପୁରର ସାର୍ବଜନୀନ ଦୁର୍ଗା ପୂଜା କମିଟିର ସଭାପତି ରାଜକିଶୋର ପ୍ରସାଦ କହିଛନ୍ତି, ‘ଯେତେବେଳେ ପୃଥିବୀରେ ଅତ୍ୟାଚାର ବୃଦ୍ଧି ପାଇଛି, ଦେବୀ ମାତା କୌଣସି ନା କୌଣସି ରୂପରେ ଅବତାର ନେଇ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି। ସେ ଅତ୍ୟାଚାରୀମାନଙ୍କୁ ବଧ କରନ୍ତି ଏବଂ ସୁଖ ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତି।
ଚଳିତଥର ମହିଷାସୁର ସ୍ଥାନରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଆମେରିକାର ରାଷ୍ଟ୍ରପତି ଭିସା ସମେତ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଉପରେ ଟିକସ ଲାଗୁ କରିଛନ୍ତି। ଯେଉଁ କାରଣରୁ ଭାରତୀୟଙ୍କୁ ଘୋର ଅସୁବିଧାର ସାମ୍ନା କରିବାକୁ ପଡ଼ିଛି। ଚଳିତଥର ଦେବୀ ଦୁର୍ଗା ଡୋନାଲ୍ଡ ଟ୍ରମ୍ପଙ୍କୁ ଧ୍ୱଂସ କରିବା ପାଇଁ ମଣ୍ଡପରେ ପହଞ୍ଚିଛନ୍ତି। ଟ୍ରମ୍ପଙ୍କୁ ମା’ ବଧ କରୁଥିବା ପ୍ରତିମୂର୍ତ୍ତି ସୂଚାଇ ଦେଉଛି ଯେ ଟ୍ରମ୍ପ ଭାରତୀୟମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି।

Leave a Reply

Your email address will not be published. Required fields are marked *