Spread the love

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟକୁ ନିଶାମୁକ୍ତ କରିବା ତଥା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଓଡିଶା ପୋଲିସ ତରଫରୁ “ଅପରେସନ୍ ପ୍ରହାର” ଆରମ୍ଭ କରାଯାଇଛି। ଗତ ୧ ତାରିଖରୁ ୦୭ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏହି ଅଭିଯାନରେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଚଢ଼ାଉ ବେଳେ ବିପୁଳ ପରିମାଣର ଗଞ୍ଜେଇ, ବ୍ରାଉନ ସୁଗର, କଫ ସିରପ ଭଳି ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ ରୋକ ଲଗାଇବାରେ ସଫଳ ହୋଇଛି। ସମୁଦାୟ ୧୧୦ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୫୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଏହି କ୍ରମରେ, ଗତ ସପ୍ତାହକ ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ ବିରୁଦ୍ଧରେ ୭୨ ଟି ମାମଲା ରୁଜୁ କରାଯିବା ସହ ୪୮୦୮ କେଜି ଗଞ୍ଜେଇ ଜବତ କରାଯାଇଛି ଏବଂ ମାମଲାରେ ସମ୍ପୃକ୍ତ ଥିବା ୯୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ସେହିପରି ବ୍ରାଉନ ସୁଗର ଚୋରା ଚାଲାଣ କ୍ଷେତ୍ରରେ ୨୭ ଟି ମାମଲା ରୁଜୁ କରାଯାଇ ୨୩୭୪ ଗ୍ରାମ ଜବତ ଏବଂ ୪୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସେହିପରି ୩୦୫୨ ବୋତଲ କଫ ସିରପ ଜବତ ସହ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଏହା ସହ ୧୨୯ BNSS ଅନୁଯାୟୀ ୭୦ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ବ୍ୟତୀତ ଚୋରା ନିଶା ଦ୍ରବ୍ୟ ଚାଲାଣ ଅଭିଯୋଗରେ ସମ୍ପୃକ୍ତି ଥିବା ୩ ଟି ଦୋକାନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି।

Leave a Reply

Your email address will not be published. Required fields are marked *