ଲକ୍ଷ୍ନୌ, : ରାମ ମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଥିଲା। ଏନ୍ଆଇଏ ଏବଂ ଏଟିଏସ୍ ଦ୍ବାରା ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫସା କରାଯାଇଛି ଏବଂ ଉତ୍ତରପ୍ରଦେଶର ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଏହି ମାମଲାରେ କର୍ଣ୍ଣାଟକର ଦବଙ୍ଗେରେରୁ ଗିରଫ କରାଯାଇଛି। ଅଯୋଧ୍ୟା ରାମ ମନ୍ଦିରକୁ ଟାର୍ଗେଟ୍ କରିବାପାଇଁ ଷଡ଼ଯନ୍ତ୍ର ହୋଇଥିଲା ବୋଲି ଉକ୍ତ ସନ୍ଦିଗ୍ଧ ଆତଙ୍କବାଦୀ ସ୍ବୀକାର କରିଛି। ଅଭିଯୁକ୍ତର ମୋବାଇଲ ଫୋନ୍ରୁ ପାକିସ୍ତାନୀ ନମ୍ବର, କିଛି ସନ୍ଦେହଜନକ ହ୍ବାଟ୍ସଆପ୍ ଗ୍ରୁପ୍ ଏବଂ କିଛି ଅସ୍ତ୍ରଶସ୍ତ୍ର ସହ ଉଠାଯାଇଥିବା ଫଟୋ ମିଳିଛି। ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ଅଭିଯୁକ୍ତ ସଂକ୍ରାନ୍ତରେ ସୂଚନା ମଧ୍ୟ ଉତ୍ତରପ୍ରଦେଶ ସରକାରକୁ ପଠାଯାଇଛି। ଅଭିଯୁକ୍ତ ଶାହଜହନପୁର ବାସିନ୍ଦା ବୋଲି ପ୍ରଥମେ ଆଲୋଚନା ହେବାପରେ ଏକାଧିକ ଟିମ୍ ଏଠାରେ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଥିଲେ।