Spread the love

ଭୁବନେଶ୍ୱର: କୃଷି ସଚିବ ଡ. ଅରବିନ୍ଦ କୁମାର ପାଢୀ ଏକ ଆଦେଶନାମା ଜାରି । ସେ କହିଛନ୍ତି ଯେ, ସମସ୍ତ ପଦୋନ୍ନତିପ୍ରାପ୍ତ / ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ଉଚିତ ଏବଂ କୌଣସି ପରିସ୍ଥିତିରେ ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ। ଅଗଷ୍ଟ ୩୧, ୨୦୨୫ ସୁଦ୍ଧା ତାଙ୍କ ନିଯୁକ୍ତ ସ୍ଥାନରେ ଯୋଗଦେବାରେ ବିଫଳ ହେଉଥିବା ଯେକୌଣସି ଅଧିକାରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ ରହିବେ ଏବଂ ଏପରି ଅଧିକାରୀମାନଙ୍କର ଦରମା ଆସନ୍ତା ସେପ୍ଟେମ୍ବର ମାସରୁ ବନ୍ଦ କରାଯିବ।

ପୋଷ୍ଟିଂ ଆଦେଶର ପରିବର୍ତ୍ତନ ପାଇଁ ଅନୈତିକ ବାହ୍ୟ ପ୍ରଭାବ ଆଣିବାର ପ୍ରୟାସ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତେଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *