Spread the love

ଭୁବନେଶ୍ୱର: ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ଥାନାରେ ହାଜର ହେଲେ OAS ସାର୍ଥକ ସୌରଭ ମହାପାତ୍ର । ମହିଳା ଥାନାରୁ ବାହାରିବା ପରେ ମୁହଁ ଖୋଲିଲେ ସାର୍ଥକ । ସେ ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଅର୍ଚ୍ଚନା ଯାହା ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା । ଛୁଆ ଜନ୍ମବେଳେ ହସ୍ପିଟାଲରେ ୩ ଦିନ ରହି ସବୁ ସେବା କରିଛି ।

ସେ ଆହୁରି କହିଛନ୍ତି, ମୋ ବ୍ୟତୀତ ମୋ ମା’ର କେହି ନାହାନ୍ତି । ମୋ ମା’, ଭଉଣୀଙ୍କୁ ସପୋର୍ଟ ଦରକାର । ସ୍ତ୍ରୀ କେବେ ସପୋର୍ଟ ଦେଉ ନ ଥିଲେ । ମା’ଙ୍କୁ ମୁଁ ସମୟ ଦେଲେ ଯେମିତି ଅପରାଧ କରିଦେଲି । ଭାବିଥିଲି ଛୁଆ ହେଲେ ସବୁ ସ୍ବାଭାବିକ ହୋଇଯିବ ବୋଲି । ହେଲେ ବେଙ୍ଗାଲୁରୁର ସଫ୍ଟଓ୍ବେୟାର ଇଞ୍ଜିନିୟର ଅତୁଲ ସୁଭାଷ ମୁଁ ନୁହଁ । ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି । କୋର୍ଟ ଏବଂ ଜଗନ୍ନାଥଙ୍କ ଉପରେ ଭରସା ଅଛି। ମୋତେ ନିଶ୍ଚୟ ନ୍ୟାୟ ମିଳିବ ।

ଅଭିଯୋଗକାରିଣୀ ଅର୍ଚ୍ଚନା ଦାସ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା । ଅଭିଯୋଗରେ ମାନସିକ ନିର୍ଯାତନା ସହ ଗାଳିଗୁଲଜ ଓ ଅବହେଳା ଭଳି ଅଭିଯୋଗ କରିଛନ୍ତି। ଅଭିଯୋଗ ପାତ୍ରରେ ଦର୍ଶାଯାଇଛି ଯେ, ୨୦୨୪ ମସିହା ଫେବ୍ରୁଆରି ମାସରେ ବୈଦିକ ରୀତିନୀତିରେ ସାର୍ଥକ ସୌରଭଙ୍କ ସହ ଅର୍ଚ୍ଚନାଙ୍କର ବିବାହ ହୋଇଥିଲା। ତେବେ ଏହି ବିବାହ ପରେ ଅର୍ଚ୍ଚନାଙ୍କୁ ସୌରଭଙ୍କ ପରିବାର ତରଫରୁ ମାନସିକ ନିର୍ଯାତନା ଦିଆଯାଉଥିଲା । ପୁଅ ଜନ୍ମ ପରେ ହସ୍ପିଟାଲ ବେଡରେ ସେମାନଙ୍କୁ ଛାଡ଼ି ପଳାଇଥିବା ଅଭିଯୋଗ କରିଥିଲେ ପତ୍ନୀ । ଏନେଇ ସେ ଭୁବନେଶ୍ବର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ।

Leave a Reply

Your email address will not be published. Required fields are marked *