Spread the love

ଇନଷ୍ଟାଗ୍ରାମରେ ଆଇଡି ଖୋଲି ଯୁବକମାନଙ୍କୁ ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା। ଅର୍ଥ ଲୋଭ ଦେଖାଇ ଆତଙ୍କବାଦୀ ସଂଗଠନରେ ସାମିଲ କରାଉଥିଲେ। ବର୍ଷ ବର୍ଷ ଧରି ଏପରି କାର୍ଯ୍ୟ କରିଆସୁଥିବା ଝାଡ଼ଖଣ୍ଡର ଜଣେ ମହିଳା ଆତଙ୍କବାଦୀଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ଗୁଜରାଟ ଏଟିଏସ(ଆତଙ୍କବାଦୀ ନିରୋଧୀ ସ୍କ୍ଵାଡ)। ଏହି ମହିଳା ଆତଙ୍କୀ ନାଁ ହେଉଛି ଶମା ପରବିନ। ସେ ଅଲକାଏତା ଆତଙ୍କବାଦୀ ସଂଗଠନର ଏକ୍ୟୁଆଇଏସ ବା ଅଲକାଏଦା ଇନ ଇଣ୍ଡିଆନ ସବକଣ୍ଟିନେଣ୍ଟ ଶାଖା ପାଇଁ କାର୍ଯ୍ୟ କରୁଥିଲା।

୩୦ ବର୍ଷୀୟା ଶମା ଇଲେକ୍‌ଟ୍ରୋନିକ ଡିଭାଇସ ଜରିଆରେ ପାକିସ୍ତାନ ସହିତ ସମ୍ପର୍କରେ ରହିଥିଲା। ଅତି ଭୟଙ୍କର ଭାବେ ତା’ର ବ୍ରେନଓ୍ବାଶ୍‌ କରାଯାଇଥିବା ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାନ୍ଧଓ୍ବୀ କହିଛନ୍ତି। ସେ ଭାରତରେ ଏକ୍ୟୁଆଇଏସର ମୁଖ୍ୟ କାର୍ପଟଦାର ବୋଲି କୁହାଯାଉଛି। ସେ ୪/୫ଟି ଅନଲାଇନ ଟେରର ମଡ୍ୟୁଲ (ସାମାଜିକ ଗଣମାଧ୍ୟମରେ ଯୁବପିଢ଼ିଙ୍କୁ ଆତଙ୍କୀ ସଂଗଠନରେ ଭର୍ତ୍ତି କରିବାର କାର୍ଯ୍ୟକଳାପ)ରେ କାମ କରୁଥିଲା। କର୍ଣ୍ଣାଟକରେ ରହି ସେ ଏସବୁ ମଡ୍ୟୁଲ ପରିଚାଳନା କରୁଥିଲା।

Leave a Reply

Your email address will not be published. Required fields are marked *