Spread the love

କୋରାପୁଟ : ଶୁକ୍ରବାର ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପବିତ୍ର ରଥଯାତ୍ରା ନେଇ କୋରାପୁଟ ଶାବର ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଞ୍ଚଳ। ୩ ରଥ ଏବଂ ବଡଦାଣ୍ଡ ପ୍ରସ୍ତୁତ ହୋଇ ରହିଥିବା ବେଳେ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ କରିବା ପାଇଁ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ୧୪ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି।

ଗୁରୁବାରଠାରୁ ସହରର ବିଭିନ୍ନ ସ୍ଥାନ ଯଥା ମନ୍ଦିର, ରଥ ଖଳା, ଶ୍ରୀଗୁଣ୍ଡିଚା ମନ୍ଦିର ସହିତ ସହର ମୁଖ୍ୟ ଟ୍ରାଫିକ ଛକ, ବାଟ ମଙ୍ଗଳା ଛକ, କଳାନିକେତନ ଛକ ଉପଜିଲାପାଳ ଛକ ସମେତ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିବା ନେଇ କୋରାପୁଟ ଟାଉନ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି।

ପୋଲିସ ଫୋର୍ସ ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଟ୍ରାଫିକ ପରିଚାଳନା, ପକେଟ ମାର, ଲୁଟେରାଙ୍କ ଉପରେ ତୀକ୍ଷଣ ଭାବେ ଦୃଷ୍ଟି ରହିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି। କୋରାପୁଟ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ଗୁରୁବାର ସନ୍ଧ୍ୟାରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।

Leave a Reply

Your email address will not be published. Required fields are marked *