Spread the love

ଗୋପାଳପୁର: ବ୍ରହ୍ମପୁର ଠାରେ କାର୍ଯ୍ୟରତ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ କୁଆଡେ଼ ସରକାରୀ ସାହାଯ୍ୟ ନେଲେ ପିସି ଦେବାକୁ ପଡ଼ିବ, ନହେଲେ ମୁଁ କୈାଣସି ଅନୁମୋଦନ କରିବି ନାହଁ ବୋଲି ରୋକ ଠୋକ ଚାଷୀ ସମେତ ଗଞ୍ଜାମ ଜିଲ୍ଲା ଫୁଲ ଚାଷୀ ସଂଘ ସମ୍ମୁଖରେ କହୁଥିବା ନେଇ ଗୋପାଳପୁର ଗସ୍ତରେ ଆସିଥିବା ଓଡିଶା ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଏକ ଦାବିପତ୍ର ପ୍ରଦାନ ସହ ଦୁର୍ନୀତିଗ୍ରସ୍ତ ଅଫିସର ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଭାବେ ଦାବି ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ ଜିଲ୍ଲାରେ କର୍ମରତ ଉପ ନିର୍ଦ୍ଦେଶକ ଜଣଙ୍କ ଦାୟିତ୍ୱ ନେବା ପରଠାରୁ ଚାଷୀଙ୍କ ନିମନ୍ତେ ଆସୁଥିବା ଉଦ୍ୟାନ ଋଣ, କୃଷି ଉପକରଣ ଆଦିରେ ପିସି ନଦେଲେ ବିଭାଗୀୟ ମଞ୍ଜୁରୀ କରୁନଥିବା ସହ ଉଦ୍ୟାନ ଭିତ୍ତିକ ଚାଷ ପାଇଁ କୈାଣସି ସମୟରେ ଚାଷୀ ମାନଙ୍କୁ ନେଇ ତାଲିମ ନକରି କାଗଜ କଲମରେ ଏହାକୁ ଦେଖାଇ ପାଣ୍ଠି ହଡ଼ପ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣା ଜଣାପଡିବା ପରେ ନିଜେ ଗଞ୍ଜାମ ଜିଲ୍ଲା ଫୁଲ ଚାଷୀ ସଂଘ ସମ୍ପାଦକ ଶ୍ରୀଧର‌ ବର୍ମା ଉପ ନିର୍ଦ୍ଦେଶକଙ୍କୁ ଭେଟି ଆଲୋଚନା କରିଥିଲେ। କିନ୍ତୁ ସେହି ସମୟରେ ମଧ୍ୟ ଉପନିର୍ଦେଶକ ଜଣଙ୍କ ସମାନ ଢଙ୍ଗରେ ପିସି ନଦେଲେ କୈାଣସି ଅନୁମୋଦନ ହେବ ନାହଁ ବୋଲି ରୋକ ଠୋକ କହିଥିବା ଶ୍ରୀଧର ବର୍ମା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଘଟଣା ନେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚାଷୀଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *