Spread the love

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ମୃତହେଦକୁ ଅଧାରକରି ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ୧୭୦ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ବିମାନ ଯାତ୍ରୀ କେତେଜଣ ଏବଂ ସାଧାରଣ ବ୍ୟକ୍ତି କେତେଜଣ ତାହା ସ୍ପଷ୍ଟ ହୋଇପାରି ନାହିଁ।

ଏୟାର ଇଣ୍ଡିଆର ଏହି ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାତ୍ରା କରିବା ଲାଗି ଉଡ଼ାଣ ଆରମ୍ଭ କରିବାର ୫ ମିନିଟ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନବନ୍ଦର ନିକଟ ଜନବସତିରେ ଥିବା ବିଜେ ମେଡିକାଲ କଲେଜ ହଷ୍ଟେଲ ଉପରେ ବିମାନ ଖସିପଡ଼ିବା ସହିତ ବିସ୍ଫୋରଣ ଘଟିଥିଲା। ବିମାନରେ ଇନ୍ଧନ ଭର୍ତ୍ତି ହୋଇଥିବାରୁ ବିସ୍ଫୋରଣ ପରେ ଆକାଶ ଧୂଆଁମୟ ହୋଇଯାଇଥିଲା। ବିମାନରେ ୨୪୨ ଜଣ ଥିଲେ। ସେଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ମଧ୍ୟ ରହିଥିଲେ। ତାଙ୍କ ଅବସ୍ଥା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରି ନାହିଁ।

ବିମାନଟି ହଷ୍ଟେଲ ଉପରେ ଖସିପଡ଼ିଥିବାରୁ ବହୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ହଷ୍ଟେଲର ଦୁଇଟି କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

Leave a Reply

Your email address will not be published. Required fields are marked *