Spread the love

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ରାଜନୈତିକ ଉତ୍ତେଜନା ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କହିଛନ୍ତି ଯେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହିଂସାତ୍ମକ ମନ୍ତବ୍ୟ ପାଇଁ “ଆଇନଗତ ମାମଲା” ରୁଜୁ କରିବାକୁ ଯାଉଛନ୍ତି।
ହୁଗୁଳିରେ ଏକ ସମାବେଶକୁ ସମ୍ବୋଧିତ କରି ମମତା କହିଛନ୍ତି, ଆମେ ଅମିତ ଶାହଙ୍କ ହିଂସାତ୍ମକ ମନ୍ତବ୍ୟ ପାଇଁ ଏକ ଆଇନଗତ ମାମଲା ରୁଜୁ କରିବାକୁ ଯାଉଛୁ। ଗୃହମନ୍ତ୍ରୀ ଭାବରେ ସେ ଏପରି ମନ୍ତବ୍ୟ ଦେଇପାରିବେ ନାହିଁ। ଶୁକ୍ରବାର ନିର୍ବାଚନ ପରେ ଟିଏମସି କର୍ମୀମାନଙ୍କ ହିଂସାତ୍ମକ ଆଚରଣ ଉପରେ, ଓଲଟା ଫାଶି ଦିଅ ଚେତାବନୀକୁ ବାନାର୍ଜୀ ଟାର୍ଗେଟ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ବିଜେପିର ବଳପୂର୍ବକ ଆଭିମୁଖ୍ୟ ବଙ୍ଗର ଭୋଟରଙ୍କ ଉପରେ ପ୍ରଭାବ ପକାଇବା ନାହିଁ।
ମମତା କହିଛନ୍ତି ଯେ, ଜଣେ ଗୃହମନ୍ତ୍ରୀ କି ପ୍ରକାରର ଭାଷା ବ୍ୟବହାର କରୁଛନ୍ତି? ନିର୍ବାଚନ ପରେ ଆପଣ ଲୋକଙ୍କୁ ଓଲଟା ଫାଶି ଦେବେ ବୋଲି କହିବା ଗ୍ରହଣୀୟ ନୁହେଁ। ଏହି ମାନସିକତା ସହିତ, ତୁମେ କେବେବି ବଙ୍ଗ ଜିତିପାରିବ ନାହିଁ, କେବେବି ନୁହେଁ! ବୋଲି ସେ କହିଛନ୍ତି। ଶୁକ୍ରବାର ଶାହ ଟିଏମସି ଦଳର କର୍ମୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ।

Leave a Reply

Your email address will not be published. Required fields are marked *