Spread the love

ଭଦ୍ରକ : ଭଦ୍ରକରେ ୨୪ ଘଣ୍ଟା ପାଇଁ ଇଣ୍ଟର ସେବା ବନ୍ଦ। ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରସେବା ବନ୍ଦ ରହିଛି। ଭଦ୍ରକ ବ୍ଲକ ଓ ପୌରାଞ୍ଚଳ, ତିହିଡି ବ୍ଲକ ଅଂଚଳ, ଧାମନଗର ବ୍ଲକ ଓ NAC ଅଂଚଳରେ ଇଣ୍ଟର ନେଟ ସେବା ବନ୍ଦ ରହିଛି । ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି। ସମ୍ଭାବ୍ୟ ଆଇନ ଶୃଙ୍ଖଲା ପରିସ୍ଥିତିକୁ ମୁକାବିଲା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୧୨ ଜଣଙ୍କୁ ଗିରଫ କରାଯାଇଛି। ଗତ ୩୦ ତାରିଖରେ ତିହିଡି ଥାନା କଷଟି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ସନ୍ତୋଷ ପରିଡା ନାମକ ଯୁବକ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ଗତକାଲି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଭଦ୍ରକ ତିହିଡି ଏବଂ ଧାମନଗର ଅଂଚଳରେ ଚପା ଉତ୍ତେଜନା ଦେଖାଦେଇଛି। ଆଜି ମୃତ ସନ୍ତୋଷଙ୍କ ମୃତଦେହ ଗାଁକୁ ଆସିବ । ଏପଟେ ମୁଖ୍ୟମନ୍ତ୍ରୀ ମୃତ ସନ୍ତୋଷ ଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *