Spread the love

ଭୁବନେଶ୍ବର: ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ପବନ ବହିବବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ । ପାଣିପାଗ ବିଭାଗ ଅନୁଯାୟୀ, ଓଡିଶାରେ ମୌସୁମୀ ଆସିବାକୁ କିଛି ସମୟ ଲାଗିବ । ଉତ୍ତର-ପୂର୍ବ ରାଜ୍ୟରେ ପ୍ରବେଶ ପରେ ମୌସୁମୀ ଓଡ଼ିଶାକୁ ଛୁଇଁବ । ଏଥିସହିତ ୨୭ ତାରିଖ ଆଡକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତେବେ ଏହା ବାତ୍ୟାର ରୂପ ନେବାର କୌଣସି ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ବାତ୍ୟା ନେଇ ମିଥ୍ୟା ପ୍ରଚାର କରାଯାଉଛି । ଏନେଇ ଆଇଏମଡି ପକ୍ଷରୁ ମଧ୍ୟ କୌଣସି ସୂଚନା ଜାରି କରାଯାଇନାହିଁ ।

ସେପଟେ ଦେଶରେ ଏବେ ସଅଳ ମୌସୁମୀର ଆଗମନ ହୋଇଛି । ଏହାର ପ୍ରଭାବରେ ଦେଶର କିଛି ସ୍ଥନରେ ବର୍ଷା ଜାରି ରହିଛି । ସେହିପରି ରାଜ୍ୟରେ ମଧ୍ୟ ଜାରି ରହିଛି ପ୍ରାକ୍ ମୌସୁମୀ ବର୍ଷା । ଦେଶରେ ମୌସୁମୀର ପ୍ରବେଶ ହୋଇଥିବା ବେଳେ ଏହା ଓଡିଶାକୁ ପ୍ରବେଶ କରିବାକୁ କିଛି ସମୟ ନେଇପାରେ ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ମେ ୨୭ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଶା କରାଯାଉଛି, ଯାହା ଫଳରେ ବିଭିନ୍ନ ଜିଲ୍ଲାରେ ବ୍ୟାପକ ବର୍ଷା, ବଜ୍ରପାତ ଏବଂ ଝଡ଼ ପବନ ବହିବ। ବଙ୍ଗୋପସାଗର ଉପରେ ସୃଷ୍ଟି ହେଉଥିବା ପ୍ରାକ୍ ମୌସୁମୀ ବର୍ଷା ଏବଂ ଏକ ଆସନ୍ନ ନିମ୍ନ ଚାପ ପ୍ରଣାଳୀର ମିଶ୍ରଣ ଯୋଗୁଁ ଓଡ଼ିଶାରେ ମେ ୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ନେଇ ସୂଚନା ଦେଇଛଇ ପାଣିପାଗ ବିଭାଗ ।

ବର୍ଷା ନେଇ ଆଜି ପାଇଁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ମାଲକାନଗିରି ଏବଂ ଗଞ୍ଜାମ ସମେତ ଜିଲ୍ଲାଗୁଡ଼ିକରେ ସତର୍କ ଜାରି କରିଥିବା ବେଳେ ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ ନେଇ ୟୋଲୋ ଓ୍ବାର୍ଣିଙ୍ଗ ଜାରି କରାଯାଇଛି । ସେହିପରି ମେ ୨୫, ୨୬ରେ ରାୟଗଡ଼ା, ଗଜପତି, କୋରାପୁଟ ଏବଂ ମୟୂରଭଞ୍ଜରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ପାଇଁ ୟୋଲୋ ଓ୍ବର୍ଣ୍ଣିଂ ଜାରି କରାଯାଇଛି। ୨୬, ୨୭ ପାଇଁ ସୁନ୍ଦରଗଡ଼, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି ଏବଂ ପୁରୀ ସମେତ ଅନ୍ୟାନ୍ୟ ସ୍ଥାନକୁ ସତର୍କତା ଜାରି କରାଯାଇଛି। ୨୭, ୨୮ ତାରିଖ ପାଇଁ ବାଲେଶ୍ୱର, ଯାଜପୁର ଏବଂ ଗଞ୍ଜାମ ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ତେବେ ଓଡିଶାରେ ବିଭିନ୍ନ ସ୍ଥାନରେ ପ୍ରାକ-ମୌସୁମୀ ବର୍ଷା ଆରମ୍ଭ ହୋଇସାରିଛି। ମେ ୨୪ ରେ, ଭୁବନେଶ୍ୱର ଏବଂ କଟକରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଥିଲା, ଯାହା ଗ୍ରୀଷ୍ମ ତାପରୁ ସାମୟିକ ଆଶ୍ୱସ୍ତି ଆଣିଥିଲା। ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ା ଭଳି ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବିକ୍ଷିପ୍ତ ବର୍ଷା ହୋଇଥିଲା। ଆଜି ସକାଳୁ ମଧ୍ୟ ଟ୍ବିନ୍ ସିଟିରେ ପାଗ କୋହଲା ରହିଥିବା ବେଳେ କିଛି କିଛି ସ୍ଥାନରେ କାଭାଁ ବର୍ଷା ଅନୁଭୂତ ହୋଇଛି ।

Leave a Reply

Your email address will not be published. Required fields are marked *