Spread the love

ଭୁବନେଶ୍ୱର: ଓଡ଼ିଶା ସରକାର ଆଉ ଛଅ ଜଣ ଓଏଏସ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ଦେଇଛନ୍ତି।

ଲୋପାମୁଦ୍ରା ମହାନ୍ତିଙ୍କୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ଭୁବନେଶ୍ୱରରେ ଓୟୁଏଟିର ପୂର୍ବତନ ରେଜିଷ୍ଟ୍ରାର GA ଏବଂ PG ବିଭାଗରେ ଯୋଗ ଦେଇଥିଲେ।

ସେହିପରି, ବ୍ରହ୍ମପୁରର ଖଲ୍ଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ଶାନ୍ତି ସୁଧା ପାତ୍ର। ଯିଏକି GA ଏବଂ PG ବିଭାଗରେ ଯୋଗ ଦେଇଥିଲେ ଏବେ ତାଙ୍କୁ ଉଚ୍ଚଶିକ୍ଷା ବିଭାଗରେ ଯୁଗ୍ମ ସଚିବ ଭାବରେ ନିଯୁକ୍ତ କରାଯାଇଛି।

ପୂର୍ବତନ ମାନେଶ୍ୱର ତହସିଲଦାର GA ଏବଂ PG ବିଭାଗରେ ଯୋଗ ଦେଇଥିବା ଜ୍ୟୋତ୍ସ୍ନାରାଣୀ ସାହୁଙ୍କୁ ସୁନ୍ଦରଗଡ଼ର DUDAର PD ଭାବରେ ନିଯୁକ୍ତି ଦିଆଯାଇଛି।

ବୀରମହାରାଜପୁର ସବ-କଲେକ୍ଟର ଲଲାଟେନ୍ଦୁ ସିଙ୍କୁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ଲକ୍ଷ୍ମୀପୋଷି, ବାରିପଦାର ସ୍ୱତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। ସେହିପରି ସୋନପୁର ଅତିରିକ୍ତ ସବ-କଲେକ୍ଟର ସୁରେନ୍ଦ୍ର ମେହେରଙ୍କୁ ବୀରମହାରାଜପୁର ସବ-କଲେକ୍ଟର ଭାବରେ ନିଯୁକ୍ତି ଦିଆଯିବ।

ରାଜସ୍ୱ ବୋର୍ଡର ଉପସଚିବ ଏଲିଜା ମିଶ୍ରଙ୍କୁ କଟକର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ୍ସ (ଶିଶୁ ଭବନ)ର ପ୍ରଶାସନିକ ଅଧିକାରୀ ଭାବରେ ବଦଳି କରାଯାଇଛି।

Leave a Reply

Your email address will not be published. Required fields are marked *