କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅର୍ନ୍ତଗତ ବଡବେତରା ଗ୍ରାମର ଇଷ୍ଟଦେବ ପ୍ରଭୁ ଜଟେଶ୍ବରଙ୍କ ପୀଠରେ ବିଶ୍ବର କଲ୍ୟାଣ ଲାଗି ସାତଦିନ ବ୍ୟାପୀ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମଇ ମାସ ୬ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଦିବସରେ ଜ୍ଞାନ ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ୧୨ ତାରିଖ ଦିନ ପୂର୍ଣ୍ଣାହୂତି ସଂପନ୍ନ ହୋଇଛି | ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଯଜ୍ଞ ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା |


ଏସବୁ ମଧ୍ୟରେ ୮ ତାରିଖ ଦିନ ରାଜ୍ୟର ବିଶିଷ୍ଟ ପ୍ରବାଚକ ବ୍ରହ୍ମଚାରୀ ସତ୍ୟଚୈତନ୍ୟ ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ | ୯ ଓ ୧୦ ତାରିଖରେ ଭଜନ ସମାରୋହ ୧୧ ଓ ୧୨ ରିଖରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା |
ଏସବୁ କାର୍ଯ୍ୟକ୍ରମରେ ବଡବେତରା ଓ ଆଖପାଖ ଗ୍ରାମମାନଙ୍କରୁ ବହୁ ଭକ୍ତ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ |

ପ୍ରତ୍ୟହ ଶହଶହ ଭକ୍ତଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା | ଜଟେଶ୍ବର ଉନ୍ନୟନ ପରିଷଦର କର୍ମକର୍ତ୍ତାମାନଙ୍କ ଦ୍ବାରା ପରିଚାଳିତ ଏହି ସମସ୍ତ କାର୍ଯ୍ୟକ୍ରମରେ ବଡବେତରା ଓ ଆଖପାଖ ଗ୍ରାମମାନଙ୍କରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇଥିଲେ |
