Spread the love

ଜାମ୍ମୁ-କାଶ୍ମୀରର ରଜୌରୀ ଅନ୍ତର୍ଗତ ସୁନ୍ଦରବନି ଅଞ୍ଚଳରେ ବୁଧବାର ସେନା ଗାଡ଼ି ଉପରେ ଆକ୍ରମଣ ହୋଇଛି। ସୁନ୍ଦରବନିର ଫଲ ଗ୍ରାମ ନିକଟ ନେଇ ଯବାନମାନେ ଗାଡ଼ିରେ ଯାଉଥିବାବେଳେ ଆତଙ୍କବାଦୀମାନେ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ। ଏହି ଘଟଣା​‌ରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ। ସୂଚନା ଅନୁସାରେ, ଆତଙ୍କବାଦୀମାନେ ନିକଟ ଜଙ୍ଗଲରେ ଲୁଚି ରହିଥିଲେ। ସେହିବାଟ ଦେଇ ଯବାନଙ୍କ ଗାଡ଼ି ଯିବା ସମୟରେ ଗୁଳିମାଡ଼ କରିଥିଲେ। ଫଳରେ ଯବାନମାନଙ୍କ ପକ୍ଷରୁ ଆତଙ୍କବାଦୀଙ୍କ ଉପରକୁ ପାଟଲା ଗୁଳିମାଡ଼ କରାଯାଇଥିଲା। ଯାହାଫଳରେ ଆତଙ୍କୀମାନେ ଜଙ୍ଗଲ ଭିତରକୁ ପଳାଇଥିଲେ। ସୂଚନାଯୋଗ୍ୟ, ଫଲ ଗ୍ରାମ ନିକଟ ଜଙ୍ଗଲ ନେଇ ଅଧିକାଂଶ ସମୟରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିଥାଆନ୍ତି।

Leave a Reply

Your email address will not be published. Required fields are marked *