Spread the love

ଭୁବନେଶ୍ଵର: ନନ୍ଦନକାନନରେ ନୂଆ ଅତିଥି । ତୃତୀୟ ଥର ପାଇଁ ମା’ ହେଲା ନାଲି ବାଘୁଣୀ ଅଙ୍କିତା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଶାବକ ଜନ୍ମ ହୋଇଥିବା ବେଳେ ଆଗକୁ ଆଉ ଶାବକ ଜନ୍ମ ଦେବାର ସମ୍ଭାବନା ରହିଛି । ତେଣୁ  ସିସିଟିଭି ଜରିଆରେ ନିରୀକ୍ଷଣ କରାଯାଉଛି। ଉଭୟ ମା’ ଓ ଶାବକ ସୁସ୍ଥ ଥିବା ନେଇ ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନର ଉପ ନିର୍ଦ୍ଦେଶକ ସନଥ କୁମାର ।

ସୂଚନାଯୋଗ୍ୟ, ୨୦୧୨ ଜାନୁଆରୀ ୧୩ ତାରିଖରେ ନନ୍ଦନକାନନରେ ସାଧାରଣ ରଙ୍ଗର ବାଘୁଣୀ ସାରା ଓ ଧଳା ମହାବଳ ବାଘ ରିଷି ମିଳନରୁ ଜନ୍ମଲାଭ କରିଥିବା ୩ଟି ଶାବକ ମଧ୍ୟରୁ ଦ୍ୱିତୀୟ ଶାବକ ହେଉଛି ଅଙ୍କିତା। ଅଙ୍କିତାକୁ ୬ ବର୍ଷ ବୟସ ହୋଇଥିବାବେଳେ ୨୦୧୮ ଜାନୁଆରୀରେ ହାଇଦରାବାଦ ଚିଡ଼ିଆଖାନାରୁ ଆସିଥିବା ସେଫ୍‌‌ର ମିଳନରୁ ପ୍ରଥମ ଥର ପାଇଁ ଗର୍ଭବତୀ ହୋଇ ଦୁଇଟି ଶାବକ ଜନ୍ମ ଦେଇଥିଲା। ଏହାପରେ ୨୦୨୨ ଅକ୍ଟୋବର ମାସରେ ସାଧାରଣ ରଙ୍ଗର ବାଘ ନନ୍ଦନ ସହିତ ଅଙ୍କିତାକୁ ମିଶିବାକୁ ଦେଲା ପରେ ତା’ ଔରସରୁ ଅଙ୍କିତା ଦ୍ୱିତୀୟ ଥର ପାଇଁ ଗର୍ଭଧାରଣ କରିଥିଲା। ୨୦୨୩ ଫେବୃଆରୀ ୧୮ରେ ଅଙ୍କିତା ଦ୍ଵିତୀୟ ଥର ପାଇଁ ମା’ ହୋଇଥିଲା । ଏକ କାଳୀନ ୫ ଶାବକଙ୍କୁ ଜନ୍ମ ଦେଇଥିଲା ଅଙ୍କିତା । ସେଥିମଧ୍ୟରୁ ଗୋଟେ ଶାବକ ମୃତ ଜନ୍ମ ହୋଇଥିବା ବେଳେ ବାକି ୪ଟି ଜୀବିତ ଥିଲେ ।

Leave a Reply

Your email address will not be published. Required fields are marked *