Spread the love

କୋରାପୁଟ: ଆଜିର ସଭ୍ୟ ସମାଜରେ ବେଶୀ ଅସଭ୍ୟ ହେଉଛି ମଣିଷ। ଭୁଲିଯାଉଛି ମଣିଷପଣିଆ। ଗୁଣିଗାରେଡ଼ିର ବିଶ୍ଵାସ କରି ମଣିଷ ଘଟାଉଛି ନାରକିଅ କାଣ୍ଡ। ଏଭଳି ଏକ ବିଭତ୍ସ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଝାରାପା ଗାଁରେ ଆଜି ଜଣେ ଲୋକଙ୍କ ମୃତ୍ୟୁ ପରେ ଆଉ ଜଣଙ୍କୁ ହତ୍ୟା କରାଯାଇଛି। ଗୁଣି ସନ୍ଦେହରେ ଆଉ ଜଣକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଗତକାଲି ଅର୍ଥାତ ରବିବାର  ସକାଳେ ଗାଁର ଜାଙ୍ଗମା ମିଣ୍ୟାକାଙ୍କ ଦେହ ଅସୁସ୍ଥ କାରଣରୁ ନିଜ ଘରେ ମୃତ୍ୟୁ ହୋଇଥିଲା। ଗାଁରେ ହଠାତ ଜାଙ୍ଗମା ମିଣ୍ୟାକାଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟମାନେ ଏହାକୁ  ଗୁଣି ସନ୍ଦେହ କରିଥିଲେ। କେବଳ ସନ୍ଦେହ ନୁହେଁ ଏହାକୁ ନେଇ ପ୍ରତିଶୋଧ ପରାୟଣ ମଧ୍ୟ ହୋଇ ପଡିଥିଲେ।

ସୂଚନା ଅନୁଯାୟୀ, ଜାଙ୍ଗମା ମିଣ୍ୟାକାଙ୍କ ମୃତ୍ୟୁକୁ ନେଇ  ସମ୍ପର୍କୀୟ ସେହି ଗାଁର ଶିବ ମିଣ୍ୟାକାଙ୍କୁ ଗୁଣିଗାରେଡ଼ି କରିଥିବା ସନ୍ଦେହ କରିଥିଲେ। ପରେ ସଙ୍ଗେ ସଙ୍ଗେ ପ୍ରତିଶୋଧ ନେବାକୁ ଗାଁରେ ପହଞ୍ଚି ଶିବ ମିଣ୍ୟାକାଙ୍କୁ ହତ୍ୟା କରିଥିଲେ। ପ୍ରଥମେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଗାଁ ଲୋକଙ୍କ ଦ୍ୱାରା ନିଜ ଗାଁ ଶ୍ମଶାନକୁ ନେଇ ଦାହ କରିବା ପରେ ପରେ ହତ୍ୟା କରିଥିବା ଶିବ ମିଣ୍ୟାକାଙ୍କୁ ସେହି ଶ୍ମଶାନରେ ହିଁ ନିଆ ଲଗାଇ ଦେଇଥିଲେ।

ଖବର ପାଇ ବନ୍ଧୁଗାଁ ପୋଲିସ୍‌ ସହିତ ସାଇଣ୍ଟିଫିକ୍‌ ଟିମ୍‌ ଗାଁରେ ପହଞ୍ଚିଥିଲେ।  ଶିବଙ୍କୁ କିଏ ଓ କାହିଁକି ହତ୍ୟା ଏବଂ କେଉଁ ସ୍ଥାନରେ ତାକୁ ପୋଡ଼ି ଦିଆଗଲା ବୋଲି ପୋଲିସ ଗାଁ ଲୋକଙ୍କୁ ପ୍ରଶ୍ନ କରିଥିଲା। ଏହି ମାମଲାର ତଦନ୍ତ ପରେ ପୋଲିସ୍‌ ୨ ଜଣଙ୍କୁ ଅଟକ ରଖିଛି। ହତ୍ୟାରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ  ପୋଲିସ୍‌ ଉଦ୍ୟମ ଚଳାଇଛି। ଅନ୍ୟପକ୍ଷରେ ସାଇଣ୍ଟିଫିକ୍‌ ଟିମ୍‌  ଗାଁ ଶ୍ମଶାନରୁ ହାଡ ଓ ପାଉଁଶ ଜବତ କରିଛି।

Leave a Reply

Your email address will not be published. Required fields are marked *