Spread the love

ହାଇଦ୍ରାବାଦ : ଗୋଟିଏ ଘରୋଇ କୋଚିଂ ସେଣ୍ଟରର ପ୍ରତିଷ୍ଠା ଜଣେ ଛାତ୍ରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ବେଲ୍ଟରେ ମାଡ଼ ମାରୁଥିବାର ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଆନ୍ଧ୍ର ପ୍ରଦେଶର ଏହି ଭିଡିଓ ଭାଇରାଲ ହେବାରେ ପରେ ବିବାଦ ସୃଷ୍ଟି ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଇଣ୍ଡିଆ ଆର୍ମି କଲିଂ ନାମକ କୋଚିଂ ସେଣ୍ଟରର ପ୍ରତିଷ୍ଠାତା ବାସବ ଭେଙ୍କଟ ରମନ୍ନା ହାତରେ ଗୋଟିଏ ବେଲ୍ଟ ଧରିଛନ୍ତି। ଜଣେ ଛାତ୍ରକୁ ସେ ଏଥିରେ ମାଡ଼ ମାରୁଛନ୍ତି। ଛାତ୍ର ଜଣଙ୍କ ଆଣ୍ଠେଇ ଥିବା ବେଳେ ମାଡ଼ ବାଜିବା ପରେ କାନ୍ଦୁଛି ଓ ଏହାକୁ ପ୍ରତିରୋଧ କରିବାକୁ ଚେଷ୍ଟା କରୁଛି।
ମାଡ଼ ଖାଉଥିବା ପିଲାଟିର ପଛରେ ଆଉ ଜଣେ ଯୁବକ କଳା ରଙ୍ଗର ଗଞ୍ଜି ପିନ୍ଧି ଛିଡ଼ା ହୋଇଛନ୍ତି। ଭେଙ୍କଟ ବେଲ୍ଟରେ ଛାତ୍ରଙ୍କୁ ମାଡ଼ ମାରୁଥିବା ବେଳେ କଳା ରଙ୍ଗର ଟି-ଶାର୍ଟ ପିନ୍ଧିଥିବା ଯୁବକ ଏହାକୁ କେବଳ ନୀରବତାର ସହ ଦେଖୁଛନ୍ତି। ଚଟଣାରେ ଆଉ ଦୁଇ ଜଣ ପିଲା ମଧ୍ୟ ଆଣ୍ଠେଇ ରହିଥିବା ଭିଡିଓରେ ଦେଖିବାକୁ ମିଳୁଛି।
ଗତବର୍ଷ ଡିସେମ୍ବର ମାସରେ ଘଟଣାଟି ଘଟିଥିବା ବେଳେ ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ଆନ୍ଧ୍ର ପ୍ରଦେଶର ମାନବ ସମ୍ବଳ ମନ୍ତ୍ରୀ ନାରା ଲୋକେଶ ଏହାକୁ ନିନ୍ଦା କରିବା ସହ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।
ସେ ଭାଇରାଲ ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଏକ୍ସରେ ପୋଷ୍ଟ କରି କହିଛନ୍ତି, “କାରଣ ଯାହା ବି ହେଉ ଥାଉ ନା କାହିଁକି, ଏପରି ଆକ୍ରମଣାତ୍ମକ ଆଭିମୁଖ୍ୟ ଅନାବଶ୍ୟକ। ରାଜ୍ୟ ଓ ଶ୍ରୀକାକୁଲମ ଜିଲ୍ଲା ପୁଲିସ୍‌ ଅଭିଯୁକ୍ତ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।”
ପୁଲିସ୍ ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇଛି। ପୀଡ଼ିତଙ୍କ ବୟାନକୁ ରେକର୍ଡ କରିବା ପରେ ମାମଲା ଦାଏର କରାଯିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି। ଆନ୍ଧ୍ର ପୁଲିସ୍‌ କହିଛି, “୨୦୨୩ ଡିସେମ୍ବର ମାସରେ ଘଟିଥିବା ଘଟଣା ଭାଇରାଲ ଭିଡିଓରେ ରହିଛି।
ଶ୍ରୀକାକୁଲମ ଜିଲ୍ଲା ଜାଲୁମୁରୁର ବାସବ ଭେଙ୍କଟ ରମନ୍ନା ଇଣ୍ଡିଆନ ଆର୍ମି କଲିଂ(ଆଇଏସି)ରେ ଜଣେ ଛାତ୍ରଙ୍କୁ ମାଡ଼ ମାରୁଛନ୍ତି। ଭିଡିଓରେ ଥିବା ଛାତ୍ରଙ୍କୁ ଚିହ୍ନଟ କରାଯାଇଛି। ଗୋଟିଏ ଟିମ ତାଙ୍କ ବୟାନ ରେକର୍ଡ କରିବାକୁ ଯାଇଛି। ଏହାପରେ ମାମଲା ରୁଜୁ କରାଯିବ।”

Leave a Reply

Your email address will not be published. Required fields are marked *