Spread the love

ନୂଆଦିଲ୍ଲୀ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟ ସାରା ବିଶ୍ଵରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ତେବେ ଟ୍ରମ୍ପଙ୍କ ୨ୟ କାର୍ଯ୍ୟକାଳରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ପିଟ୍‌ ହେଗସେଥଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି। ଫକ୍ସ ଖବର ସରବରାହ ସଂସ୍ଥାର ସାମ୍ବାଦିକ ହେଗସେଥଙ୍କୁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ଦିଆଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଲୋକେ। ଏହାର ପ୍ରତିବାଦ କରିଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ।
ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ କହିଛନ୍ତି, ହେଗସେଥଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରିବାଠାରୁ ଅଧିକ ହାସ୍ୟାସ୍ପଦ କଥା କିଛି ନାହିଁ। ଏଭଳି ଜଣେ ବ୍ୟକ୍ତିଙ୍କୁ ପେଣ୍ଟାଗନ ଦାୟିତ୍ଵ ଦିଆଯାଇଛି, ଯାହାଙ୍କ ପାଖରେ କୌଣସି ଅନୁଭବ ନାହିଁ। ଅନ୍ୟପଟେ ଟ୍ରମ୍ପ ବହୁତ ଯୋଗ୍ୟ ଏବଂ ଅନୁଭବୀ ଲୋକଙ୍କୁ ଅଣଦେଖା କରିଛନ୍ତି, ଯେଉଁମାନେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତିରେ ସରକାର ପାଇଁ ସହାୟକ ହୋଇପାରିଥାଆନ୍ତେ। ତେଣୁ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *