Spread the love

କଟକ: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବକୁ ନେଇ ଆଜି ଆନ୍ଦୋଳନାତ୍ମକ ପଦକ୍ଷେପ ନେଇଛି ହାଇକୋର୍ଟ ବାର୍ ଆସୋସିଏସନ୍ । ବିଚାରପତିଙ୍କ ଖାଲି ପଦବୀ ଶୀଘ୍ର ପୂରଣ ଦାବିରେ ଆଇନଜୀବୀମାନେ ଆଜି କୋର୍ଟ କାର୍ଯ୍ୟରୁ ବିରତ ରହିଛନ୍ତି । ବାର୍ ଆସୋସିଏସନ୍‌ର ପ୍ରତିନିଧିମାନେ କଟକରୁ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ବିଚାରପତିଙ୍କ ଖାଲି ପଦବୀ ଶୀଘ୍ର ପୂରଣ କରିବା ନେଇ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ବାର୍ ଆସୋସିଏସନ୍‌ର ତଥ୍ୟ ଅନୁସାରେ, ଓଡ଼ିଶା ହାଇକୋର୍ଟରେ ମୋଟ ୩୩ଟି ବିଚାରପତି ପଦ ଅନୁମୋଦିତ ରହିଛି । କିନ୍ତୁ ବର୍ତ୍ତମାନ ମାତ୍ର ୧୫ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି । ଫଳରେ ୧୮ଟି ପଦ ଖାଲି ପଡ଼ିଛି ।

ବିଚାରପତିଙ୍କ ଅଭାବ ଯୋଗୁଁ ମାମଲାର ଶୁଣାଣି ଏବଂ ନ୍ୟାୟିକ ପ୍ରକ୍ରିୟା ପ୍ରଭାବିତ ହେଉଥିବା ଦାବି କରିଛି ବାର୍ । ଏହି ଖାଲି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରାଯାଇ ହାଇକୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ଅଧିକ ସୁଗମ କରିବାକୁ ଦାବି ହୋଇଛି । ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ଶୀଘ୍ର ପଦକ୍ଷେପ ନିଆଯିବା ସହ ହାଇକୋର୍ଟରେ ଖାଲିଥିବା ସମସ୍ତ ପଦବୀ ପୂରଣ ହେବ ବୋଲି ଆଶା ରଖିଛି ବାର୍ ଆସୋସିଏସନ୍।

Leave a Reply

Your email address will not be published. Required fields are marked *