Spread the love

ଭୁବନେଶ୍ବର : ପରିବର୍ତ୍ତନ ହେବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାଁ। ଏହାବଦଳରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ନାଁ ରଖାଯାଇ ଯୋଜନା ଚାଲିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି। ଏହି ଯୋଜନାରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ, ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ଦିଆଯିବ, ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁ ଓ ପଞ୍ଚାୟତର ବିକାଶ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଖାଲି ସେତିକି ନୁହେଁ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ଲୋକଙ୍କ ଆଭିମୁଖ୍ୟକୁ ନେଇ ଦୁଇ ଦିନ ଭିତରେ ଗାଇଡଲାଇନ୍‌‌ ଅଣାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *