Spread the love

କୋଲକାତା : କଲକାତାରେ ପୁଣି ଚାଞ୍ଚଲ୍ୟ। ଦୁର୍ଗାପୂଜା ସମୟରେ ଯେଉଁଠି ଦେବୀ ଦୁର୍ଗାଙ୍କୁ ସବୁଠାରୁ ଅଧିକା ପୂଜାର୍ଚ୍ଚନା କରାଯିବା ସହ ରୀତିନୀତି ଅନୁସାରେ ନବରାତ୍ରୀକୁ ଧୁମଧାମରେ ପାଳନ କରାଯାଏ ସେଠାରେ ଏହି ସମୟରେ ବି ସୁରକ୍ଷିତ ନୁହଁନ୍ତି ଝିଅ। କଲକାତାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଥମିନଥିବା ବେଳେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଦକ୍ଷିଣ କଲକାତାର ୨୪ ପ୍ରଜଣାରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଦୁଷ୍କର୍ମ ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ନଦୀରେ ଫିଙ୍ଗି ଦିଆଯାଇଥିଲା। ଶନିବାର ସକାଳେ କୃପାଖଲି ଗ୍ରାମର ଗଙ୍ଗା ନଦୀ କୂଳରୁ ନାବାଳିକାର ଊର୍ଦ୍ଧ୍ବାର ହୋଇଛି।
ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ନାବାଳିକା ଜଣକ ନିଖୋଜ ଥିବାନେଇ ପରିବାର ସଦସ୍ୟ ଅନେକ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟରାତ୍ରିରେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଛି। ନଦୀ କୂଳରୁ ନାବାଳିକାର ମୃତଦେହ ଊର୍ଦ୍ଧ୍ବାର କରି ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ସ୍ଥାନୀୟ ଏସପି କହିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *