Spread the love

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପିତୃ ବିୟୋଗ ଘଟିଛି। ସୂଚନା ମୁତାବକ, ଅଭିନେତ୍ରୀଙ୍କ ପିତା ଆତ୍ମହତ୍ୟା କରିଛନ୍ତି। ମଲାଇକାଙ୍କ ପିତା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅପରପକ୍ଷେ ଏହି ଦୁଃଖଦ ସମୟରେ ଅଭିନେତ୍ରୀଙ୍କ ପୂର୍ବତନ ସ୍ଵାମୀ ତଥା ଅଭିନେତା ଅରବାଜ ଖାନ ମଲାଇକାଙ୍କ ବାପଘରେ ପହଞ୍ଚିଛନ୍ତି। ତାଙ୍କୁ ମଲାଇକାଙ୍କ ମାଆଙ୍କ ଘର ବାହାରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନସୁଦ୍ଧା ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।
ସୂଚନା ଅନୁଯାୟୀ, ମଲାଇକା ଅରୋରାଙ୍କ ପିତା ଅନୀଲ ଅରୋରା ବାନ୍ଦ୍ରାସ୍ଥିତ ତାଙ୍କ ଘରର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବୁଧବାର ସକାଳ ପ୍ରାୟ ୯ଟା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି। ଖବର ପାଇ ମଲାଇକା ଅରୋରା ପୁଣେରୁ ଆସି ମୁମ୍ବାଇରେ ପହଞ୍ଚିଛନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କ ପିତାଙ୍କ ମୃତଦେହକୁ ବାବା ହସ୍ପିଟାଲରେ ରଖାଯାଇଛି।
ସୂଚନାଯୋଗ୍ୟ, ଅନୀଲ ଅରୋରା ପଞ୍ଜାବୀ ହିନ୍ଦୁ ଥିଲେ। ତାଙ୍କ ପରିବାର ସୀମାରେ ଅବସ୍ଥିତ ଫାଜିଲ୍କା ଜିଲାର ବାସିନ୍ଦା ଥିଲେ। ଅନୀଲ ଆରୋରା ଭାରତୀୟ ମର୍ଚାଣ୍ଟ ନୌସେନାରେ ଚାକିରି କରିଥିଲେ। ଅନିଲ ଆରୋରା ମାଲାୟାଲୀ ଖ୍ରୀଷ୍ଟିଆନ ପରିବାରରୁ ଆସିଥିବା ଜୋଏସ୍ ପୋଲିକାର୍ପଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ମଲାଇକା ଓ ଅମୃତା। ମଲାଇକା ୧୧ ବର୍ଷର ଥିବାବେଳେ ତାଙ୍କ ମାତା-ପିତାଙ୍କ ଛାଡ଼ପତ୍ର ହୋଇଥିଲା।

Leave a Reply

Your email address will not be published. Required fields are marked *