Spread the love

ଭୁବନେଶ୍ୱର: ଫଟୋ କଥା କୁହେ। ହେଲେ କଥାକୁହା ଫଟୋ ସମସ୍ତେ ଉଠାଇ ପାରିବେ ନାହିଁ। ବାହାଘର ଫଟୋ ସୁଟ୍‌ ସହଜ। ହେଲେ ପେଶାଦାର ଫଟୋଗ୍ରାଫରଙ୍କ ଆଭିମୁଖ୍ୟ ନିଆରା ହୋଇଥାଏ। ପେଶାଦାର ସାମ୍ବାଦିକମାନଙ୍କୁ ପ୍ରୋତ୍ସାହନ କରିବା ଦିଗରେ ରାଜ୍ୟ ସରକାର ନିଶ୍ଚିତ ଭାବେ ପଦକ୍ଷେପ ନେବେ। ନବୀନ ସୂତ୍ରଧର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍‌ ଏହା କହିଛନ୍ତି।
ମୁଖ୍ୟଅତିଥି ଭାବେ ଯୋଗଦେଇ ସୂରଜ କହିଲେ ଯେ, ଗୋଟିଏ ଗୋଟିଏ ଫଟୋ ସମାଜର ପ୍ରକୃତ ଚିତ୍ରକୁ ବଖାଣିଥାଏ। ଫଟୋଟିଏ ଅନେକ ମନକୁ ଆନ୍ଦୋଳିତ କରିପାରେ । ଅତୀତରେ ଗୋଟିଏ ଫଟୋ ସାରା ବିଶ୍ୱରେ ବି ଆଲୋଡ଼ନ ସୃଷ୍ଟି କରିବାର ନଜିର ରହିଛି। ପେଶାଦାର ଫଟୋଗ୍ରାଫି ଏକ କଳା। ଏହାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି। ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ସେ ଏହି ଦାୟିତ୍ୱ ନେବାକୁ ଚାହୁଁଛନ୍ତି। ନିଶ୍ଚିତ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କିଛି ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *