Spread the love

ମାଲକାନଗିରି: ମୋତେ କୁକୁଡା ଦେ, ମୋତେ ଅଣ୍ଡା ଦେ, ନଚେତ ମୁଁ ସମସ୍ତଙ୍କୁ ମୋଡି ଖାଇବି। ଏଭଳି ଚିତ୍କାର ଶୁଭୁଥିବା ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର କଦମଗୁଡା ସେବାଶ୍ରମରେ।ପ୍ରାୟ ୫ ଜଣ ଝିଅ ଅସ୍ବାଭାବିକ ଅବସ୍ଥାରେ ରହିଥିଲେ। ସେହି ୫ ଜଣ ଝିଅଙ୍କୁ ସ୍କୁଲର ଅନ୍ୟ ଝିଅମାନେ ମାଡି ବସିଥିଲେ। ସମସ୍ତେ ଭୁତ ଲାଗିଥିବା କହୁଥିଲେ। ୫ ଜଣ ଝିଅ ଆୟତ୍ତରେ ନଥିଲେ। ସେମାନେ କେବଳ ଚିତ୍କାର କରି ହାତଗୋଡକୁ ଛାଟୁଥିଲେ। ଏହି ଘଟଣାରେ ସେବାଶ୍ରମର ଅନ୍ୟ ଝିଅମାନେ ଭୟଭୀତ ହୋଇଥିଲେ ମଧ୍ୟ କିଛି ଝିଅ ସେମାନଙ୍କୁ କାବୁ କରି ରଖିଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ କିଛି ବୁଝିପାରୁନଥିଲେ। ପରେ ଗ୍ରାମବାସୀ ଆସି ତୁରନ୍ତ ଝଡାଫୁଙ୍କା କରିବାକୁ ପରାମର୍ଶ ଦେଇଥିଲେ। ଗୁଣିଆ ଆସିଲା ଧୂପ ଦେଇ ଝଡାଫୁଙ୍କା କଲା। କିଛି ସମୟ ପରେ ସମସ୍ତ ୫ ଜଣ ଛାତ୍ରୀ ସୁସ୍ଥ ହୋଇଥିଲେ। ଦୀର୍ଘ ସମୟ ଧରି ୫ ଜଣ ଛାତ୍ରୀ ନିଜର ଆୟତ୍ତରେ ନଥିବାରୁ ସେମାନେ ସୁସ୍ଥ ହେବା ପରେ ମଧ୍ୟ ଅସୁସ୍ଥ ଅନୁଭବ କରୁଥିଲେ। ତୁରନ୍ତ ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ତେବେ ଡାକ୍ତର ସମସ୍ତେ ସୁସ୍ଥ ଥିବା କହିଥିଲେ।

ଘଟଣାଟି ଏଭଳି ଥିଲା। ଜଣେ ଝିଅ ପରିଶ୍ରା କରିବା ପାଇଁ ସ୍କୁଲ ପାଖ ଜିଲପିବେଡା ଜମିକୁ ଯାଇଥିଲା। ପରିଶ୍ରା କରି ଆସିବା ପରେ ସେ ଶିକ୍ଷକଙ୍କୁ ନିଜର ଅସୁସ୍ଥତା ସଂପର୍କରେ କହିଥିଲା। ଝିଅଟି ନିଜକୁ ଆୟତ୍ତରେ ରଖିପାରୁନଥିଲା। କେବଳ ଛିଞ୍ଚାଡି ହେବାକୁ ଲାଗିଥିଲା। ଏହାପରେ ପରେ ଅନ୍ୟ ଚାରି ଜଣ ଝିଅ ମଧ୍ୟ ସେହି ଏକା ଢଙ୍ଗରେ ହାତଗୋଡ ଛିଞ୍ଚାଡି ହେଲେ। ସ୍କୁଲ କର୍ତ୍ତୃପକ୍ଷ କଣ ହୋଇଛି ଭାବିବା ଆଗରୁ ସମସ୍ତ ଝିଅ ବିଦ୍ୟାଳୟରେ କଚାଡି ହେଉଥିଲେ। ତୁରନ୍ତ ସେମାନଙ୍କୁ କାବୁକରି କଣ ହୋଇଛି ପଚରାଯିବାରୁ ସେମାନେ ମୋତେ କୁକୁଡା ଦେ, ମୋତେ ଅଣ୍ଡା ଦେ, ମୁଁ ଜିଲିପିଗୁଡା ଜମିରୁ ଆସିଛି ବୋଲି କହୁଥିଲେ। ଏହା ପ୍ରଚାର ହେବା ପରେ ଗ୍ରାମବାସୀ ଆସି ଭୂତ ଲାଗିଥିବା କହିଥିଲେ।
ଗ୍ରାମବାସୀଙ୍କ କହିବା ହେଲା ଜିଲିପିଗୁଡା ଜମିରେ ଭୁତ ରହିଛି।ସେଠି ଯିଏ ବି ଯାଉଛି, ତାକୁ ଭୂତ ଲାଗୁଛି। ଛୋଟରୁ ବୁଢା ପର୍ଯ୍ୟନ୍ତ ଏଭଲି ପୂର୍ବରୁ ବହୁଥର ହୋଇଛନ୍ତି ବୋଲି ଗ୍ରାମବାସୀ କହିଥିଲେ।ଏପରିକି ଗର୍ଭବତୀ ମହିଳାମାନେ ମଧ୍ୟ ଏହି ଭୂତର ଶିକାର ହୋଇଥିଲେ ବୋଲି ଗ୍ରାମବାସୀ କହନ୍ତି। ଭୂତ ଭୟରେ ସ୍କୁଲକୁ ବନ୍ଦ କରିଦିଆଯାଇଛି।ପୂଜାର୍ଚ୍ଚନା ପରେ ପୁଣି ସ୍କୁଲ ଖୋଲିବ ବୋଲି ପ୍ରଧାନଶିକ୍ଷକ ପ୍ରକାଶ କରିଛନ୍ତି। ସମସ୍ତ ୬୬ ଜଣ ଛାତ୍ରୀଙ୍କୁ ବଡବେଲ ଛାତ୍ରାବାସରେ ସ୍ଥାନାନ୍ତର କରାଯାଇଛି। ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଭୂତର ପ୍ରଭାବ ରହିଥିବା ଏଥିରୁ ଅନୁମାନ କରାଯାଏ।

Leave a Reply

Your email address will not be published. Required fields are marked *