Spread the love

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧିନ ମାଦିଲି ମୁହାଣରେ ଆଜି ଅପରାହ୍‌ଣରେ ଅଘଟଣ ଘଟିଛି। ୩ଟି ଦେଶୀ ଡଙ୍ଗା ଓଲଟିପଡ଼ିଛି। ସୌଭାଗ୍ୟବଶତଃ ଏଥିରେ ଥିବା ୧୨ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ ସୁନୀତି ପଞ୍ଚାୟତ ଅଧିନ ବୋବାଙ୍ଗଡିହ ଗ୍ରାମର ବୁଦ୍ଧଦେବ ଗିରି, ଶିବ ଆଦକ ଓ ଗୌତମ ବାଗ ଆଜି ସକାଳୁ ମାଛ ଧରିବା ପାଇଁ ସମୁଦ୍ରକୁ ପଶିଥିଲେ। ତାଙ୍କା ସାଥିରେ ଏହି ଡଙ୍ଗାରେ ଅନ୍ୟ ୯ ଜଣ ଜଣ ମତ୍ସ୍ୟଜୀବୀ ମଧ୍ୟ ସମୁଦ୍ର ଭିତରକୁ ଯାଇଥିଲେ।

ତେବେ ସମୁଦ୍ର ଭିତରେ ମାଦିଲି ମୁହାଣରେ ମାଛ ଧରୁଥିବା ସମୟରେ ହଠାତ ପ୍ରବଳ ବର୍ଷାକୁ ଝଡ଼ ତୋଫାନ ଆସିଥିଲା। ସେହି ସମୟରେ ଡଙ୍ଗାଗୁଡ଼ିକ ସନ୍ତୁଳନ ହରାଇ ଓଲଟି ପଡ଼ିଥିଲା ଡଙ୍ଗାରେ ଥିବା ମାଛ ଓ ମାଛଧରା ସାମଗ୍ରୀ ଭାସି ଯାଇଥିଲା। ପାଖରେ ଥିବା ଅନ୍ୟ ମତ୍ସ୍ୟଜୀବୀମାନେ ପହଞ୍ଚି ୧୨ ଜଣ ମତ୍ସ୍ୟଜୀବୀ ଓ ୩ଟି ଦେଶୀଡଙ୍ଗା ଉଦ୍ଧାର କରିଥିଲେ। ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *