Spread the love

ଭୁବନେଶ୍ବର: ନକଲି ସସ୍ କାରଖାନା ଠାବ ଘଟଣାରେ ୩ ଗିରଫ । କାରଖାନାର ମ୍ୟାନେଜର ସହ ୨ କର୍ମଚାରୀଙ୍କୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ । ଗତକାଲି ଭୀମଟାଙ୍ଗୀ ଅଞ୍ଚଳରୁ ନକଲି ସସ୍ କାରଖାନା ଠାବ କରିଥିଲା କମିଶନରେଟ ପୋଲିସ।

ସୂଚନା ଅନୁସାରେ, ଗତକାଲି ଭୁବନେଶ୍ଵରର ଭୀମଟାଙ୍ଗି ସ୍ଥିତ ଏକ ନକଲି ସସ୍ କାରଖାନାରେ ଚଢାଉ କରିଥିଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାଡ । କାରଖାନାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ନକଲି ଟମାଟୋ ଓ ଚିଲି ସସ୍ ଜବତ କରିଥିଲା ପୋଲିସ । ସସ୍ ଉପରେ ଅମ୍ରିତା କମ୍ପାନୀର ବୋଲି ଷ୍ଟିକର ମରା ଯାଇଥିଲା କିନ୍ତୁ ସେଥିରେ କେବେ ତିଆରି ହୋଇଛି ଏବଂ ଏକ୍ସପାୟରୀ ତାରିଖ ଆଦି ସମ୍ପର୍କରେ କୌଣସି ସୂଚନା ଉଲ୍ଲେଖ ନଥିଲା। ତେବେ ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ସସ, ରଙ୍ଗ, କଞ୍ଚାମାଲ, ସସ୍ ତିଆରି ମେସିନ ଆଦି ଜବତ କରିଥିଲା ପୋଲିସ । ଜବତ ପରେ ଫାକ୍ଟ୍ରି ସିଲ୍ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।

Leave a Reply

Your email address will not be published. Required fields are marked *