Spread the love

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ରାସନ୍ କାର୍ଡ ହିତାଧିକାରୀଙ୍କ ନୂଆ ତାଲିକା। ମାସେ ଭିତରେ ନୂଆ ହିତାଧିକାରୀ ରାସନ କାର୍ଡ ପାଇବେ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତି ବୋଲି କହିଛନ୍ତି ମନ୍ତ୍ରୀ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏଯାବତ୍ ମୋଟ ୬ ଲକ୍ଷ ୧୯ ହଜାର ୮୩୬ ପରିବାର ନୂଆ ଆବେଦନ କରିଛନ୍ତି । ନୂତନ ହିତାଧିକାରୀ କାର୍ଡ ପାଇବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ପ୍ରକ୍ରିୟା ବି ଆରମ୍ଭ ହୋଇଛି । ବର୍ତ୍ତମାନ କେୱାଇସି ଅପଡେଟ୍‌ କରିବା ପ୍ରକ୍ରିୟା ଜାରି ରହିଛି। ସେଥିମଧ୍ୟରୁ ୧୨ଟି ସ୍ବତଃ ଯୋଗ ହେବା ମାନଦଣ୍ଡ, ୧୦ ବାଦ ମାନଦଣ୍ଡ ନିର୍ଦ୍ଧାରିତ। ତଥ୍ୟାବଳୀକୁ ସ୍ବଚ୍ଛ ପାଇଁ ଆଧାର ଭିତ୍ତିକ ଇ-କେୱାଇସ ଯାଞ୍ଚ ଆରମ୍ଭ ହୋଇଛି।ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଘର ଘର ବୁଲି ଏବେ ସର୍ଭେ ଚାଲିଛି, ମାସେ ଭିତରେ ନୂଆ ତାଲିକା ଚୂଡ଼ାନ୍ତ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Leave a Reply

Your email address will not be published. Required fields are marked *