Spread the love

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ୍‌ ଗ୍ରୁପ ଆଇପିୟୁ ଉପସଭାପତି। ଆଇପିୟୁ (IPU) କାର୍ଯ୍ୟକାରୀ କମିଟି ଦ୍ବାରା ମନୋନୀତ ହୋଇଥିବା ସୂଚନା ଦେଇଛନ୍ତି ସାଂସଦ ଅପରାଜିତା। ସେ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରି ଏହି ଖବର ଦେଛନ୍ତି।

ତେବେ ସେ ବାଚସ୍ପତି ଓମ୍‌ ବିର୍ଲାଙ୍କ ଜରିଆରେ ଏହି ସୂଚନା ପାଇଥିବା ତାଙ୍କ ଏକ୍ସ ଆକାଉଣ୍ଟରେ ଜଣାଇଛନ୍ତି। ଗତ ମାର୍ଚ୍ଚରେ ଜେନିଭାରେ ଆଇପିୟୁ ଆସେମ୍ବ୍‌ଲିରେ ଭାଗ ନେଇଥିଲେ। ଏସିଆ ପାସିଫିକ୍ ଗ୍ରୁପ୍ ସାଂସଦକୁ ନେଇ ଆଇପିୟୁ-ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ ଗଠିତ ହୋଇଛି।

Leave a Reply

Your email address will not be published. Required fields are marked *