Spread the love

ଭୁବନେଶ୍ବର : ଭୁବନେଶ୍ୱର ପଦ୍ମକେଶରୀପୁର ଗଣ୍ଡଗୋଳ ଓ ସୁଧ କାରବାର ମାମଲାରେ ଆଉ ଦୁଇଜଣ ଗିରଫ। କମିଶନରେ ପୁଲିସ ଆଜି ମାମଲାରେ ଅନ୍ୟତମ ଅଭିଯୁକ୍ତ ସୁବ୍ରତ ଦାସ ଓ ତ୍ରିଭେନ୍ଦ୍ରମ ଦାସଙ୍କୁ ଗିରଫ କରିଛି। କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜରେ ଚଢ଼ାଉ ପରେ ଏମାନଙ୍କୁ ଗିରଫ କରାଯାଇଛି।
ସୁଧ ଟଙ୍କାକୁ କେନ୍ଦ୍ର କରି ପଦ୍ମକେଶରୀପୁର ଗାଁରେ ବାରମ୍ବାର ଗୋଷ୍ଠୀ ସଂଘର୍ଷ ହେବା ସହ ଗାଁରେ ଅଶାନ୍ତ ପରିବେଶ ଲାଗି ରିହଛି। ଗାଁରେ ଶାନ୍ତି ଫେରାଇ ଆଣିବାକୁ ମୁରବୀମାନଙ୍କୁ ଦାୟିତ୍ୱ ଦେବା ସହ ଶାନ୍ତି ପାଇଁ ଲୋକଙ୍କୁ ଅପିଲ କରିଛି ପୁଲିସ। ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି।
ପଦ୍ମକେଶରୀପୁର ଗାଁରେ ସୁଧ କାରବାର କରୁଥିବା ଆଉ କିଛି ଲୋକଙ୍କ ଲିଷ୍ଟ ପ୍ରସ୍ତୁତ କରିଛି ପୁଲିସ। ବେଆଇନ ସୁଧ କାରବାର କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ ଆଇନ ଆନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

Leave a Reply

Your email address will not be published. Required fields are marked *