Spread the love

ନୂଆପଡ଼ା: ବିଷାକ୍ତ ଛତୁ ଖାଇ ୧୦ ଅସୁସ୍ଥ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମରେ ଏହି ଘଟଣା ଘଟିଛି। କିରିକିଟା ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୦ ଜଣ ଅସୁସ୍ଥ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି। ସମସ୍ତ ଅସୁସ୍ଥଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଗ୍ରାମର ବନ୍ଧ ପଡ଼ାରେ ରହୁଥିବା ବୈଷ୍ଣବ ମାଝୀ ନିଜ ବିଲକୁ ଯାଇଥିବା ବେଳେ ତାଙ୍କ ଖଳାରେ ଫୁଟିଥିବା କିଛି ଛତୁ ଆଣିଥିଲେ। ତାଙ୍କ ସ୍ତ୍ରୀ ନେପୁର ମାଝୀ ତାକୁ ରାନ୍ଧୀ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ। ଛତୁ ତରକାରୀ ଖାଇଲା ପରେ ସମସ୍ତଙ୍କୁ ଝାଡ଼ା ବାନ୍ତି ହୋଇଥିଲା। ଗ୍ରାମବାସୀ ଉକ୍ତ ପରିବାରଙ୍କୁ ଆମ୍ବୁଲାନ୍ସ ଯୋଗେ ଖଡ଼ିଆଳ ସବ ଡିଭିଜନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ।

ଚିକିତ୍ସା ପରେ ଛଅ ଜଣଙ୍କ ଅବସ୍ଥା ସ୍ଵାଭାବିକ ହେବାରୁ ଛାଡି ଦିଆ ଯାଇଥିଲା । ମାତ୍ର ଚାରି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ଚିକିତ୍ସା କେନ୍ଦ୍ରକୁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *