Spread the love

ଭୁବନେଶ୍ବର: ଆଇପିଏସ ଆଶିଷ ସିଂ ଙ୍କୁ ନେଇ ମୁଁହ ଖୋଲିଲେ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ। ସେ କହିଛନ୍ତି, ଆଶିଷ ଗତ ଜୁନ ୩ ତାରିଖ ଠାରୁ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏମିତିକି ଗତ ୧୭ ତାରିଖରେ ପୁଲିସ ଡିଜି କ୍ୟାମ୍ପ ଅଫିସରେ ଚାଲିଥିବା ଆଇନ୍ ସଂଶୋଧନ ବୈଠକରେ ମଧ୍ୟ ଯୋଗ ଦେଇଥିଲେ। ସେ ତାଙ୍କର ଡ୍ୟୁଟି ଯୋଗଦାନ ରିପୋର୍ଟ ଏସ ଆଇ ଡବ୍ଲୁରେ ଦେଇଛନ୍ତି। ସମନ୍ଵୟ ଅଭାବରୁ ଚିଠିଟି ହୁଏତ ଗୃହ ବିଭାଗକୁ ଯାଇପାରି ନାହିଁ। ଏବେ ଗୃହ ବିଭାଗକୁ ଏ ନେଇ ଅବଗତ କରାଇ ଦିଆଯାଇଛି।
ସୂଚନାଯୋଗ୍ୟ, ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ପରେ ଆଶିଷ ସିଂହ ବିବାଦରେ ରହିଆସିଛନ୍ତି। ସେ ସିଧାସଳଖ ଶାସକ ଦଳ ପାଇଁ କାମ କରୁଥିବାର ଅଭିଯୋଗ ରହିିଥିଲା। ଏହାପରେ ନିର୍ବାଚନ କମିସନଙ୍କ ନିକଟରେ ମାମଲା ପହଞ୍ଚିିଥିଲା। ଫଳରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ କେନ୍ଦ୍ରାଞ୍ଚାଳ ଆଇଜି ପଦରୁ ହଟାଯାଇଥିଲା । ତାଙ୍କୁ ନିର୍ବାଚନ ସଂକ୍ରାନ୍ତୀୟ ଦାୟିତ୍ୱ ନଦେବା ପାଇଁ କମିସନ କହିଥିଲେ। ଏହାପରେ ଆଶିଷ ସିଂହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିଲେ । ତେବେ ମେ’ ୪ ତାରିଖରୁ ସ୍ୱାସ୍ଥ୍ୟଗତ କାରଣରୁ ସେ ମାସେ ଛୁଟିରେ ଯାଇଥିଲେ। ଛୁଟିରେ ରହି ସେ ବିଜେଡି ପାଇଁ କାମ କରୁଥିବାର ଅଭିଯୋଗ ପୁଣି କମିସନଙ୍କ ନିକଟରେ ପହଞ୍ଚିିଥିଲା। ଏହା ପରେ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ଏମ୍ସ୍ରେ ଏକ ୬ ଜଣିଆ ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ଏହି ଟିମ୍ ରିପୋର୍ଟ ଦେଇଥିଲେ। କମିସନ ଏହି ରିପୋର୍ଟକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇବା ସହ ଶ୍ରୀ ସିଂହଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍ କରିଥିଲେ । କିନ୍ତୁ ଏହାପରେ ବି ଆଇପିଏସ୍ ଆଶିଷ ସିଂହଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।

Leave a Reply

Your email address will not be published. Required fields are marked *