Male nurse making a note of senior patient at home
Spread the love

ନୂଆଦିଲ୍ଲୀ : ୭୦ ବର୍ଷ ବୟସରୁ ଅଧିକ ସମସ୍ତ ଭାରତୀୟଙ୍କୁ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ କରାଯିବ। ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଯେକୌଣସି ସ୍ଥାନରେ ଏପରି ସୁବିଧା ମିଳିବ।
ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପରି ଘୋଷଣା କରିଛନ୍ତି। ସେହିପରି ଦେଶରେ ୨୫ ହଜାର ଜନ ଔଷଧୀ କେନ୍ଦ୍ର ଖୋଲିବା କାର୍ଯ୍ୟକ୍ରମ ଦ୍ରୁତଗତିରେ ଆଗେଇ ଚାଲିଥିବା ରାଷ୍ଟ୍ରପତି ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବା ବେଳେ କହିଛନ୍ତି।
ସେ କହିଛନ୍ତି, “ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(AB-PMJAY)ରେ ମାଗଣା ସ୍ୱାସ୍ଥ୍ୟ ସେବା ୫୫ କୋଟି ହତାଧିକାରୀଙ୍କୁ ଦିଆଯାଉଛି। ଏବେ ସରକାର ଏ କ୍ଷେତ୍ରରେ ଆଉ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି।
ଏବେ ସମସ୍ତ ୭୦ ବର୍ଷ ବୟସରୁ ଅଧିକ ବୟସ୍କ ଏହି ଯୋଜନା ଅଧୀନରେ ସାମିଲ ହେବେ। ସେମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ।”
AB-PMJAY ହେଉଛି ବିଶ୍ୱର ସବୁଠାରୁ ବଡ଼ ସର୍ବସାଧାରଣ ସ୍ୱାସ୍ଥ୍ୟ ବୀମା ଯୋଜନା। ଏହି ଯୋଜନରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

Leave a Reply

Your email address will not be published. Required fields are marked *